Latest Odisha News

BREAKING NEWS

Australian Open: ଚୀନ୍ ଖେଳାଳିଙ୍କ ବିପକ୍ଷରେ ପିଭି ସିନ୍ଧୁଙ୍କ ଏକପାଖିଆ ବିଜୟ ହାସଲ; ସେମିଫାଇନାଲରେ କଲେ ପ୍ରବେଶ

ନୂଆଦିଲ୍ଲୀ:ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ (PV Sindhu)ଶୁକ୍ରବାର ଦିନ ଏକ ଦମଦାର ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆନ୍ ଓପନ୍ (Australian Open)ସେମିଫାଇନାଲ୍ ରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ୍‌ରେ ସିନ୍ଧୁ ସହଜରେ ଚାଇନିଜ୍ ତାଇପେର ଚେନ୍ ସୁ-ୟୁଙ୍କୁ (Chinese Taipei’s Chen Su Yu)ପରାସ୍ତ କରିଛନ୍ତି।

ଭାରତୀୟ ସଟଲର୍ ୨୧-୬, ୨୧-୯ରେ ମ୍ୟାଚ୍ ଜିତି ବର୍ଷର ପ୍ରଥମ ଟାଇଟଲ ପାଇଁ ତାଙ୍କର ଆଶା ଉଜ୍ଜୀବିତ ରଖିଛନ୍ତି। ସେମିଫାଇନାଲ୍‌ରେ ସିନ୍ଧୁ ଆକାନେ ୟାମାଗୁଚିଙ୍କୁ ଭେଟିବେ।

 


ସିଜନର ଆଠଟି BWF (ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ) ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ଦ୍ୱିତୀୟଥର ପାଇଁ ସେମିଫାଇନାଲରେ ପହଞ୍ଚିଛନ୍ତି । ପୂର୍ବରୁ ସେ ୨୦୨୬ ମାଲେସିଆ ଓପନ୍ ରେ ଅନ୍ତିମ ଚାରିରେ ପହଞ୍ଚିଥିଲେ।

 

ଅନ୍ୟପଟେ ଆଉ ଜଣେ ଉଦୀୟମାନ ଭାରତୀୟ ସଟଲର୍ ତନଭି ଶର୍ମାଙ୍କ ଯାତ୍ରା କ୍ୱାର୍ଟର ଫାଇନାଲରେ ଶେଷ ହୋଇଛି । ତନଭି ଅନ୍ତିମ ଆଠ ମ୍ୟାଚ୍‌ରେ ଶୀର୍ଷ ମାନ୍ୟତା ଆକାନେ ୟାମାଗୁଚିଙ୍କଠାରୁ ୧୪-୨୧, ୧୪-୨୧ରେ ପରାଜୟ ହୋଇଥିଲେ ।

Leave A Reply

Your email address will not be published.