Latest Odisha News

BREAKING NEWS

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ଓ ବଣଭୋଜିର ନିଆରା ମଜ୍ଜା ନିଅନ୍ତୁ…

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ତୃପ୍ତି ସଫାରୀ-  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅଧିନର ୪୦ ଏକର ଜମିରେ ନିର୍ମିତ ହୋଇଛି ତୃପ୍ତି ସଫାରୀ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଏହା ପର୍ଯ୍ୟଟକମାନଙ୍କର ଅନ୍ୟତମ ପସନ୍ଦ ପାଲଟିଛି । ଏଠାକାର ମିନି ଚିଡିଆଖାନା, ପାର୍କ, ଫୁଲବଗିଚା, ସେଲ୍ଫି ପାର୍କ, ବିଭିନ୍ନ ଔଷଧୀୟ ବୃକ୍ଷ, ବୋଟିଂ ଓ ଜିମ୍ ପାର୍କ ପର୍ଯ୍ୟଟକମାନଙ୍କୁ ଖୁବ୍ ଆକୃଷ୍ଟ କରିଥାଏ।

ଏହି ତୃପ୍ତି ସଫାରୀୀ ବିଭିନ୍ନ ଆର୍କଷଣୀୟ କାରୁକାର୍ଯ୍ୟ ତଥା ମନଲୋଭା ସବୁଜ ବଳୟ ସୃଷ୍ଟି କରିପାରିଛି ଏକ ନିଆରା ପରିଚୟ । ଆହୁରି ମଧ୍ୟ ଏଠାରେ ବଣଭୋଜି ପାଇଁ ପର୍ଯ୍ୟଟକମାନଙ୍କୁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥାଏ ।

ପୀର ଜାହାନିଆ ପୀଠ- ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀମାନଙ୍କ ମଧ୍ୟରୁ ପୀର ଜାହାନିଆ ପୀଠ ଅନ୍ୟତମ । ପୁରୀ ଠାରୁ ଅନତି ଦୂରରେ ରହିଥିବା ଏହି ପୀଠକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସି ବଣଭୋଜି କରିବା ସହ ଅସ୍ତରଙ୍ଗସମୁଦ୍ରର ମନୋରମ ଦୃଶ୍ୟକୁ ମଧ୍ୟ ଖୁବ୍ ଉପଭୋଗ କରିଥା’ନ୍ତି । ଏପରିକି ପର୍ଯ୍ୟଟକମାନେ ଏହି ଅଞ୍ଚଳରେ ସେଲଫି ଉଠାଇବା ସହ ଗାଧୋଇବାର ଆନନ୍ଦ ନେଇଥାନ୍ତି ।

ପକଡାଝର ଜଳପ୍ରପାତ- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଜଳପ୍ରପାତ ମଧ୍ୟରୁ ପକଡାଝର ଅନ୍ୟତମ । ଏହା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ରେ ରହିଛି । ଘଞ୍ଚ ସବୁଜ ବନାନୀ ସହ ଜଳପ୍ରପାତ ଘୋ ଘୋ ନାଦ ପର୍ଯ୍ୟଟକଙ୍କୁ ଖୁବ୍ ଅକୃଷ୍ଟ କରିଥାଏ । ପାହାଡ଼ ଉପରେ ବହୁଥିବା ଜଳଧାର ଚଟଣା ଉପରେ ପଡ଼ିବା ପରେ ଏକ ପ୍ରକାର ଗର୍ଜନ ସୃଷ୍ଟି କରିଥାଏ । ଏବଂ ସେହି ପାଣିରେ ଗାଧୋଇବାର ମଜା ଉଠାଇଥାନ୍ତି ପର୍ଯ୍ୟଟକ ।

Leave A Reply

Your email address will not be published.