Latest Odisha News

BREAKING NEWS

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ନିଅନ୍ତୁ ବଣଭୋଜିର ମଜ୍ଜା..

ଭୁବନେଶ୍ୱର: ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ଭୀମକୁଣ୍ଡ- ସବୁଜ ବନାନୀରେ ଭରପୂର ଓ ପାହାଡରୁ ଖସୁଥିବା ଜଳ ରାସିର କଳକଳ ନାଦ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ । ଭୀମକୁଣ୍ଡ ସେହିଭଳି ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅତି ରୋମଣ ସ୍ଥାନ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରୁ ୧୦୦ କିମି ଦୂରରେ ରହିଛି ଏହି ଜଳପ୍ରପାତ । ଏଠାରେ ଥିବା କୁଣ୍ଡେଶ୍ୱର ମହାଦେବଙ୍କ ମନ୍ଦିର ଏହାର ସୌନ୍ଦର୍ଯ୍ୟକୁ ଦୁଇଗଣିତ କରିଥାଏ।

ବୈତରଣୀ ନଦୀର ପାଣି ଏହି କୁଣ୍ଡରେ ପଡ଼ିବା ପରେ କେଉଁଆଡ଼େ ଅଦୃଶ୍ୟ ହେଲା ପରି ଲାଗେ । ପ୍ରାୟ ୯ କିମି ପରେ ଏହି ପାଣି ଦୃଶ୍ୟମାନ ହୁଏ । ଏହି ଭୀମକୁଣ୍ଡର ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ୱାଚ ଟାୱାର ବ୍ୟବସ୍ଥା କରାଯାଇଥିବା ବେଳେ ବଣଭୋଜି ଓ ପ୍ରକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମିଥାଏ ।

କୋଇଲି ଘୋଘର- ଓଡିଶାର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ କୋଇଲି ଘୋଘର ଅନ୍ୟତମ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଧିନରେ ରହିଛି ଏହି ସ୍ଥାନ । ଏହାର ଘଞ୍ଚ ଅରଣ୍ୟ, ସବୁଜ ବୃକ୍ଷଲତା ତଥା ପାହାଡର ମନୋରମ ଦୃଶ୍ୟ ବିମୋହିତ କରିଥାଏ ପ୍ରକୃତି ପ୍ରେମୀମାନଙ୍କୁ । ଏହି ସ୍ଥାନର ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି ପାହାଡ ମଧ୍ୟରୁ ଝରି ଆସୁଥିବା ନଦୀର କୁଳୁକୁଳୁ ନାଦ ସହିତ ପ୍ରଭୁ ମହେଶ୍ୱର ।

ଝାରସୁଗୁଡା ସହର ଠାରୁ ପାଖାପାଖି ୫୭ କିମି. ଦୂରରେ ରହିଛି ଏହି କୋଇଲି ଘୋଘର ଜଳପ୍ରପାତ ।

ଗୁଣ୍ଡିଚାଘାଇ- ଓଡିଶାର ପର୍ଯ୍ୟଟନୀସ୍ଥଳୀ ମଧ୍ୟରେ ଗୁଣ୍ଡିଚା ଘାଇ ଅନ୍ୟତମ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟରେ ରହିଛି ଏହି ଗୁଣ୍ଡିଚାଘାଇ ଜଳପ୍ରପାତ । ବଣ ପାହାଡ ଦେଇ ଅଙ୍କାବଙ୍କା ପଥର ସଜ୍ୟାରେ କଳ କଳ ନାଦ କରି ବୋହୁ ଆସୁଥିବା ମୁଷଳୀ ନଦୀ ଏହିଠାରେ ପ୍ରାୟ ୫୦ ଫୁଟ ତଳକୁ ଖସି ସୃଷ୍ଟି କରିଛି ପ୍ରକୃତିର ମନୋରମ ଦୃଶ୍ୟ ।

ଗୁଣ୍ଡିଚା ମୂଷା ପୀଠି ଭଳି ପଥର ଶର୍ଯ୍ୟାରୁ ୩ ଧାରାରେ ଧଳା ରଙ୍ଗର ଜଳ ଖସୁଥିବା ଯୋଗୁଁ ଏହା ଗୁଣ୍ଡିଚା ଘାଇ ନାମରେ ପରିଚିତ । ସବୁଜ ବନାନୀ ମଧ୍ୟରେ ଜଳପ୍ରପାତର ଅନ୍ୟତମ ଅପୂର୍ବ ସୌନ୍ଦର୍ଯ୍ୟ ତଥା ବଣଭୋଜିର ମଜା ଉଠାଇବା ପାଇଁ ଧାଇଁ ଆସିଥାନ୍ତି ।

Leave A Reply

Your email address will not be published.