Latest Odisha News

ଆଇପିଏଲ ନିଲାମ ପାଇଁ ଶର୍ଟଲିଷ୍ଟ ଜାରି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୪ତମ ସିଜନ ପାଇଁ ଖେଳାଳିଙ୍କ ମିନ ଅକ୍ସନ ୧୮ ଫେବୃୟାରୀରେ ହେବ । ଏଥିପାଇଁ ୧୬୪ ଭାରତୀୟ ଓ ୧୨୮ ବିଦେଶୀ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି ।
୧. ଆଫଗାନିସ୍ତାନର ସ୍ପିନ ବୋଲର ନୂର ଅହମ୍ମଦ ସବୁଠାରୁ ଯୁବ ଖେଳାଳି(୧୬ବର୍ଷ) ଭାବେ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ।
୨.ସେହିପରି ନାଗାଲାଣ୍ଡର ଲେଗ ସ୍ପିନର ଖେବ୍ରିତ୍ସା ଖେଁସେ ଯୁବ ଭାରତୀୟ ବୋଲର ଭାବେ ସାମିଲ ହେବ ।
୩. ଦିଲୀପ ଦୋଷୀଙ୍କ ପୁତ୍ର ନୟନ ଦୋଶୀ ବେୟାଜ୍ୟେଷ୍ଠ ଖେଳାଳି (୪୨ବର୍ଷ) ଭାବେ ନିଲାମ ପ୍ରକ୍ରିୟାରେ ଯୋଗ ଦେବେ ।
୪. ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ମଧ୍ୟ ଅକ୍ସନ ପୁଲରେ ସ୍ଥାନ ପାଇଛନ୍ତି ।

\୫. ସୟେଦ କିରମାନୀଙ୍କ ପୁତ୍ର ସାଦିକ ମଧ୍ୟ ନିଲାମ ଶର୍ଟ ଲିଷ୍ଟରେ ସ୍ଥାନ ପାଇଛନ୍ତି ।
୬. ୩୮ ବର୍ଷୀୟ ଏସ.ଶ୍ରୀସନ୍ଥଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇନି । ୫ ବର୍ଷ ବାସନ୍ଦ ହେବା ପରେ ଏବେ ସେ କ୍ରିକେଟକୁ ଫେରିଛନ୍ତି ।
୭. ଆସୋସିଏଟ ଦେଶର ୩ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଅଲୀ ଖାଁ (ଆମେରିକା), ସନ୍ଦୀନ ଲାମିଛେନ (ନେପାଳ) ଓ କାର୍ତିକ ମେଇଆପ୍ପାନ (ୟୁଏଇ) ।
୮. ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ନିଲାମରେ ସାମିଲ କରାଯାଇଛି ।
୯. ଅଷ୍ଟ୍ରେଲିଆର ଶନ ମାର୍ଶ, ନ୍ୟୁଜିଲଣ୍ଡର କୋରୀ ଆଣ୍ଡରସନ ଓ ଦକ୍ଷିଣ ଆଫ୍ରିକାର ମୋର୍ଣ୍ଣେ ମୋର୍କେଲଙ୍କ ସମେତ ୧୭ ନୂଆ ଖେଳାଳି ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛନ୍ତି ।
୧୦. ହାଇଏଷ୍ଟ ରିଜର୍ଭ ପ୍ରାଇସ ପୁଲରେ ୨ ଭାରତୀୟ ଖେଳାଳି ହରଭଜନ ସିଂ ଏବଂ କେଦାର ଯାଦବ ସାମିଲ ହୋଇଛନ୍ତି । ୮ ବିଦେଶୀ ଖେଳାଳି ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥ, ଶାକିବ ଉଲ ହାସନ, ମୋଇନ ଅଲୀ, ସ୍ୟାମ ବେଲିଙ୍ଗସ, ଲିୟାମ ପ୍ଲକେଂଟ, ଜେସନ ରାୟ ଓ ମାର୍କ ଉଡ ମଧ୍ୟ ରିଜର୍ଭ ପ୍ରାଇସରେ ରହିଛନ୍ତି ।

Leave A Reply

Your email address will not be published.