Latest Odisha News

BREAKING NEWS

କବିତା : ଅନ୍ୟମନସ୍କ ବେଳାର ସାଥୀ

✍️ ସଞ୍ଜିତା ପ୍ରଧାନ  

ତୋ ମସ୍ତିଷ୍କ ଅରଣ୍ୟରେ
କେତେ ଶବ୍ଦ ବୃକ୍ଷ
ସାଇତି ରଖିଛୁ କହିଲୁ ?
ଏମିତି ଲେଖିଚାଲିଛୁ ଯେ
ଲେଖିବା ବନ୍ଦ ହେଉନି..
ମତେ ତୋର ଆଙ୍ଗୁଳି ନିର୍ଦ୍ଦେଶରେ
ହୃଦୟ ଭାବନାରେ ଛନ୍ଦି
କେତେ ଦୌଡାଇବୁ  ?
ମୁଁ ଥକି ଯାଉଛି
ହେଲେ ଦେଖୁଛି ତୁ ତୋ ଭାବନାରେ ରହିଛୁ !
ଲେଖିବା ତୋର ସଉକ ବୋଲି
କିଛି ବି ଲେଖିଦେବୁ
ମୋ ସହାରା ନେଇ
ଏପଟ ସେପଟ ଦେଖୁଛୁ..
କାହାକୁ ଖୋଜୁଛୁ  ?
କେଉଁ ଅନ୍ୟମନସ୍କ ବେଳାରେ ତୋ ହାତକୁ
ଆସିଲି!
ନିଜ ଅଜାଣତରେ ତୋ ଭାବନା ବ୍ୟକ୍ତ କରିବାର
ମାଧ୍ୟମ ହୋଇଗଲି
ହେ ମୋର ଲେଖକ !
ସତରେ ମୁଁ ତୋ ପ୍ରେମରେ ନିଜକୁ
ଉତ୍ସର୍ଗ କରିଦେଲି ,
ସାରା ଜୀବନ ତୋ ହାତରେ ରହିବାର କଥା ଦେଲି ,
ତୋର ଅନ୍ୟମନସ୍କ ବେଳାର
ସାଥୀ  ମୁଁ କଲମ  ଏତିକିରେ ରହିଲି ।।

 

Leave A Reply

Your email address will not be published.