Latest Odisha News

BREAKING NEWS

ଭୋଟ ଦେଉଛି ଝାଡଖଣ୍ଡ: ୬୮୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ରାଞ୍ଚି: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ ସିଟ୍ ରେ ନିର୍ବାଚନ ହେଉଛି। ୬୮୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୬୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ, ୭୩ ଜଣ ମହିଳା ପ୍ରାର୍ଥୀ । ଏଥିସହ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ମଧ୍ୟ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଚମ୍ପେଇ ସୋରେନ, ମହୁଆ ମାଂଜି, ପୂର୍ଣ୍ଣିମା ଦାସ ଓ ଗୀତା କୋଡ଼ାଙ୍କ ଭଳି ଚର୍ଚ୍ଚିତ ଚେହେରା ଅଛନ୍ତି ।

ହଜାରୀବାଗ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢ଼େଇକଳା, ଚାଇଁବାସା, ଜଗନ୍ନାଥପୁର, ଚକ୍ରଧରପୁର, ଖରସୁଆଁ ଓ ରାଞ୍ଚି ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନର ବ୍ୟବସ୍ଥା ହୋଇଛି । କେବଳ ଇଷ୍ଟ ସିଂହଭୂମ ଜିଲ୍ଲାରେ ସର୍ବାଧିକ ୬ଟି ବିଧାନସଭା କ୍ଷେତ୍ର ରହିଛି । ପଲାମୁ, ପଶ୍ଚିମ ସିଂହଭୂମ ଓ ରାଞ୍ଚି ଜିଲ୍ଲାରେ ୫ଟି ଆସନ ରହିଛି । ମୋଟ ୧୫ ହଜାର ୩୪୪ ବୁଥ୍‌ ମଧ୍ୟରୁ ୨୨୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷ କରି ସମ୍ବେଦନଶୀଳ ବୁଥ ଉପରେ ରଖାଯାଇଛି ତୀକ୍ଷ୍ଣ ନଜର। ସିସିଟିଭ କ୍ୟାମେର ଲଗାଯାଇଛି।

ରାଜ୍ୟରେ ମୋଟ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ କୋଟି ୩୧ ଲକ୍ଷ ପୁରୁଷ ଓ ୧ କୋଟି ୨୯ ଲକ୍ଷ ହେଉଛନ୍ତି ମହିଳା ଭୋଟର। ଆସନ୍ତା ନଭେମ୍ଵର ୨୦ରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୨୩ରେ ହେବ ଭୋଟ

ଗଣତି। ତେବେ ପ୍ରଥମ ପର୍ଯ୍ୟାୟରେ ହେମନ୍ତ ସୋରେନ ସରକାରର ୬ ମନ୍ତ୍ରୀ ଏବଂ ବିଜେପି ଟିକେଟ‌ରେ ନିର୍ବାଚନ ଲଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୪ ସମ୍ପର୍କୀୟ ନିର୍ବାଚନ ଲଢ଼ୁଛନ୍ତି। ତେବେ ଷଢ଼େଇକଳାରୁ ଚମ୍ପାଇ ସୋରେନ୍‌ ନିଜେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ପୁଅ ବାବୁଲାଲ୍‌ ଘଟସିଲାରୁ ନିର୍ବାଚନ ଲଢ଼ୁଛନ୍ତି।

Comments are closed.