Latest Odisha News

BREAKING NEWS

ତାରେକ ଫତେହଙ୍କ ଚର୍ଚ୍ଚିତ ବୟାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜନ୍ମିତ ଲୋକପ୍ରିୟ ଲେଖକ ଓ ସାମ୍ବାଦିକ ତାରେକ ଫତେହଙ୍କ ସୋମବାର ନିଧନ ହୋଇଯାଇଛି । ୭୩ ବର୍ଷୀୟ ଏହି ଲେଖକ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ହେବା ପରେ ତାଙ୍କ ପରିବାର କରାଚୀରେ ଆସି ରହିଥିଲେ । ଏହା ପୂର୍ବରୁ ସେମାନେ ମୁମ୍ବାଇରେ ରହୁଥିଲେ । ତାରେକ ଜଣେ ଭଲ ଛାତ୍ର ଥିଲେ । ସେ ବାୟୋକେମେଷ୍ଟ୍ରି ପଢ଼ିଥିଲେ ମଧ୍ୟ ସାମ୍ବାଦିକତା ପ୍ରତି ଆକୃଷ୍ଟ ହୋଇଥିଲେ । ୧୯୭୦ରେ ସନ ଖବରକାଗଜରେ ସେ କାର୍ଯ୍ୟ କରିଥିଲେ । ତେବେ ରିପୋର୍ଟିଂ ମାଧ୍ୟମରେ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଜେଲ ଯାଇଥିଲେ । ଏହା ପରେ ସେ ସାଉଦି ଆରବ ଏବଂ ପରେ କାନାଡା ପଳାଇ ଆସିଥିଲେ । ମୁସଲମାନଙ୍କ ତ୍ରୁଟିକୁ ସେ ସିଧାସଳଖ ଟାର୍ଗେଟ କରୁଥିବାରୁ ତାଙ୍କୁ ଅନେକ ଥର ମୃତ୍ୟୁ ଧମକ ମିଳିଥିଲା । ଏବେ ଆସନ୍ତୁ ଜାଣିବା ତାଙ୍କର କେତେକ ଚର୍ଚ୍ଚିତ ବୟାନ ।

ପାକିସ୍ତାନ ଖଣ୍ଡ ଖଣ୍ଡ ହେବା ନିଶ୍ଚିତ: ୨୦୧୩ ଭାରତ ଗସ୍ତ ଆସିବା ସମୟରେ ସେ ଏହି ବୟାନ ଦେଇଥିଲେ ।
ପାକିସ୍ତାନରେ ଜନ୍ମିତ ଭାରତୀୟ: ସେ ସର୍ମଦା ନିଜକୁ ଭାରତୀୟ ବୋଲି କହି ଆସିଥାନ୍ତି । ତାଙ୍କ ପରିଚୟ ପଚାରିଲେ ସେ କୁହନ୍ତି, ପାକିସ୍ତାନରେ ଜନ୍ମିତ ଭାରତୀୟ । ମୁସଲମାନ ଚେତନା ସହ କାନାଡାରେ ଅପ୍ରବାସୀ ଓ ମାର୍କସବାଦୀ ମାର୍ଗଦର୍ଶିତା ଯୁବକ ।
ସମସ୍ତ ହିନ୍ଦୁସ୍ତାନୀ ହିନ୍ଦୁ: ସିଏଏ ଓ ଏନଆରସି ବିବାଦ ବେଳେ ସେ କହିଥିଲେ ହିନ୍ଦୁସ୍ତାନରେ ରହୁଥିବା ପ୍ରତ୍ୟେକ ଭାରତୀୟ ହିନ୍ଦୁ । ସେ ନିଜକୁ ମୁସଲାମାନ ଏବଂ ତାଙ୍କ ପୂର୍ବଜଙ୍କୁ ହିନ୍ଦୁ ବୋଲି କହୁଥିଲେ ।

ଅଯୋଧ୍ୟାରେ ରାମ ମନ୍ଦିର ମୁସଲମାନମାନେ ନିର୍ମାଣ କରନ୍ତୁ: ଅଯୋଧ୍ୟା ରାମମନ୍ଦିର ପ୍ରସଙ୍ଗରେ ସେ କହିଥିଲେ, ଜଣେ ଗୁଣ୍ଡା ଆଫଗାନିସ୍ତାନରୁ ଆସିଲା । ଜୋର ଜବରଦସ୍ତ ଅନ୍ୟର ଜମିକୁ ନିଜର କହି ପଳାଇଗଲା । ଭାରତୀୟ ମୁସଲମାନେ ସେହି କଥାରେ ମାତି ଯାଇଛନ୍ତି । ସେମାନେ ନିଜ ହାତରେ ମନ୍ଦିର ତିଆରି କରନ୍ତୁ ।
ମୋଦି ଆସିବା ପରଠାରୁ ଦଙ୍ଗା କମ: ତାରେକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ । ସେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଭାରତରେ ଦଙ୍ଗା କମ ହୋଇଛି । ତାଙ୍କ ନେତୃତ୍ୱରେ ଏଠାରେ ମୁସଲାମନ ସୁରକ୍ଷିତ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.