Latest Odisha News

BREAKING NEWS

ପୁଟିନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଥିବା ୟେଭଗେନି ପ୍ରିଗୋଝିନଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ରୁଷର ଘରୋଇ ସେନା ୱାଗନର୍ ଗ୍ରୁପ୍‌ର ମୁଖ୍ୟ ୟେଭଗେନି ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରୁଷ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରିଗୋଜିନଙ୍କର ମୃତ୍ୟୁ ଘଟିଛି। ରୁଷରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ହୋଇଥିବା ବିଦ୍ରୋହ ପରେ ପ୍ରିଗୋଜିନ୍ ଦେଶ ବାହାରେ ଏବେ ରହୁଛନ୍ତି।

BjdElectrycity

ଜୁନ୍ ମାସରେ ପୁଟିନଙ୍କ ବିଦ୍ରୋହ ପରଠାରୁ ୱାଗନର୍ ଗ୍ରୁପ୍ ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ହତ୍ୟାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ରୁଷର ପଡୋଶୀ ଦେଶ ବେଲାରୁଷ ପ୍ରିଗୋଜିନଙ୍କୁ ଆଶ୍ରୟ ଦେଇଥିବା ନେଇ ଚର୍ଚ୍ଚା ହେଉଥିଲା।

ବିବିସି ରିପୋର୍ଟ ଅନୁଯାୟୀ ରୁଷ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା 10 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୱାଗନର୍ ଗ୍ରୁପ୍ ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ୱାଗନର୍ ଗ୍ରୁପ୍ ସହିତ ଜଡିତ ଏକ ଟେଲିଗ୍ରାମ ଚ୍ୟାନେଲ୍ ଗ୍ରେ ଜୋନ୍ ରିପୋର୍ଟ କରିଛି ଯେ ମସ୍କୋର ଉତ୍ତରରେ ଥିବା ଟଭର ଅଞ୍ଚଳରେ ଏୟାର ଡିଫେନ୍ସ ଦ୍ୱାରା ଏହି ବିମାନ ଉପରକୁ ଗୁଳି ଚଳାଯାଥିଲା।

Leave A Reply

Your email address will not be published.