Latest Odisha News

BREAKING NEWS

ଆମେରିକାର ଖବରଦାତାଙ୍କୁ ଅଟକ ରଖିଲା ରୁଷିଆ ସୁରକ୍ଷା ଏଜେନ୍ସି

ମସ୍କୋ: ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଖବରଦାତାଙ୍କୁ ଗୁପ୍ତଚର ସନ୍ଦେହରେ ରୁଷିଆ ସୁରକ୍ଷା ଏଜେନ୍ସି ଅଟକ ରଖିଛି । ଏଫଏସବି ପକ୍ଷରୁ ଏହି ସୂଚନା ଦିଆଯାଇଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରଠାରୁ କୌଣସି ବିଦେଶୀ ଖବରଦାତାଙ୍କ ବିରୋଧରେ ଏହା ବଡ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଆମେରିକାର ନାଗରିକ ଇଭାନ ଗେର୍ଶକୋଭିଚଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି ବୋଲି ରୁଷିଆର ସୁରକ୍ଷା ଏଜେନ୍ସି ଏଫଏସବି ପକ୍ଷରୁ କୁହାଯାଇଛି । ଇଭାନ ଏକ ସାମରିକ କାରଖାନା ପାଖରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ ।

ସେ ତଥ୍ୟ ସଂଗ୍ରହ କରି ଆମେରିକା ପଠାଇବା ପାଇଁ ଯୋଜନା କରୁଥିଲେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ତେବେ ସାମ୍ବାଦିକ ଜଣଙ୍କ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଫଏସଏ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ଦେଖାଇ ନାହିଁ । ଏହି ଘଟଣା ପରେ ପୁନର୍ବାର ରୁଷିଆ ଓ ଆମେରିକା ମୁହାଁମୁହିଁ ହୋଇଛନ୍ତି ।

Leave A Reply

Your email address will not be published.