Latest Odisha News

BREAKING NEWS

ସଦସ୍ୟତା ରଦ୍ଦ ଘଟଣାରେ ବିଦେଶୀ ସମର୍ଥନ: ରାହୁଲଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ଏହାକୁ ନେଇ ରାଜନୀତି ଦେଶରୁ ବିଦେଶ ସବୁଠି ଜୋର ଧରିଛି । ରାହୁଲଙ୍କୁ ଆମେରିକା ପରେ ଜର୍ମାନୀ ବି ରାହୁଲଙ୍କୁ ସମର୍ଥନ କରିଛି । ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ବିଜେପି ‘ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ପାଇଁ ବିଦେଶୀ ଶକ୍ତିକୁ ଆମନ୍ତ୍ରଣ କରିବା’ ଅଭିଯୋଗ ଆଣିଛି ।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏବଂ ଅନୁରାଗ ଠାକୁର ଟ୍ୱିଟ କରି ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି । ଉଭୟ ନେତା କହିଛନ୍ତି, ରାହୁଲ ଗାନ୍ଧି ଦେଶର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ହସ୍ତକ୍ଷେପ ଚାହୁଁଛନ୍ତି । ଅବଶ୍ୟ କଂଗ୍ରାସ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି । କଂଗ୍ରେସ କହିଛି, ରାହୁଲ ବିଦେଶରେ କେବଳ ଭାରତର ବ୍ୟବସ୍ଥା ସମ୍ପର୍କରେ କହିଥିଲେ । ସାହାଯ୍ୟ ମାଗି ନ ଥିଲେ ।

ଏଠି କହିରଖିବୁ, ଜର୍ମାନ ବିଦେଶ ମନ୍ତ୍ରାଳୟ ମୁଖପାତୟ ଆନ୍ନାଲେନା ବେରବକ ଟୁଇଟ କରି କହିଥିଲେ, ରାହୁଲଙ୍କ ସଦସ୍ୟତା ରଦ୍ଦ ଘଟଣା ସମ୍ପର୍କରେ ଜର୍ମାନ ନଜର ରଖିଛି । କୋର୍ଟ ରାୟ ବିରୋଧରେ ରାହୁଲ ଆବେଦରନ କରିବା ଦରକାର । ଅନ୍ୟପଟେ ଜର୍ମାନ ମୁଖପାତ୍ରଙ୍କ ଟୁଇଟକୁ ସ୍ୱାଗତ କରି କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂ ଧନ୍ୟବାଦ ଦେଇଛନ୍ତି ।

ଏହା ପୂର୍ବରୁ ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଥିଲା, ଆଇନ ଓ ନ୍ୟାୟିକ ସ୍ୱାଧୀନତାର ସମ୍ମାନ ଯେ କୌଣସି ଗଣତନ୍ତ୍ରର ମୂଳ ଆଧାର । ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ ସ୍ୱାଧୀନତା ବି ଜରୁରୀ ବୋଲି ଆମେରିକା ବୈଦେଶିକ ବ୍ୟାପାର ମୁଖପାତ୍ର କହିଥିଲେ ।

Leave A Reply

Your email address will not be published.