Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୬୫୭, କଟକରୁ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୨୨୬ ଜଣ, ଅନୁଗୁଳରୁ ୨୧୭ ଜଣ, ପୁରୀରୁ ୧୮୨ ଜଣ, ଜଗତସିଂହପୁରରୁ ୧୭୧ ଜଣ, ମୟୂରଭଂଜରୁ ୧୬୨ ଜଣ, ଯାଜପୁରରୁ ୧୫୩ ଜଣ, ଝାରସୁଗୁଡ଼ାରୁ ୧୫୧ ଜଣ, କୋରାପୁଟରୁ ୧୨୬ ଜଣ, ସୁନ୍ଦରଗଡ଼ରୁ ୧୧୯ ଜଣ, ନୟାଗଡ଼ରୁ ୧୧୫ ଜଣ, କେନ୍ଦ୍ରାପଡ଼ାରୁ ୧୧୨ ଜଣ, ସମ୍ବଲପୁରରୁ ୧୧୦ ଜଣ ଓ କଳାହାଣ୍ଡିରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହା ଛଡ଼ା ବରଗଡ଼ରୁ ୯୭ ଜଣ, ନବରଙ୍ଗପୁରରୁ ୭୬ ଜଣ, ଭଦ୍ରକରୁ ୭୪ ଜଣ, ମାଲକାନଗିରିରୁ ୭୨ ଜଣ, ସୋନପୁରରୁ ୭୦ ଜଣ, ବଲାଙ୍ଗୀରରୁ ୬୮ ଜଣ, କେନ୍ଦୁଝରରୁ ୫୫ ଜଣ, ନୂଆପଡ଼ାରୁ ୪୯ ଜଣ, ଢେଙ୍କାନାଳରୁ ୪୫ ଜଣ, ଗଂଜାମ ଓ କନ୍ଧମାଳ ଜିଲ୍ଲାରୁ ୪୦ ଜଣ ଲେଖାଏଁ, ରାୟଗଡ଼ାରୁ ୨୫ ଜଣ, ବୌଦ୍ଧରୁ ୨୦ ଜଣ, ଗଜପତିରୁ ୧୫ ଜଣ, ଦେବଗଡ଼ରୁ ୧୨ ଜଣ ଓ ଷ୍ଟେଟ ପୁଲରୁ ୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୮୧୪୮୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.