Latest Odisha News

BREAKING NEWS

ପ୍ରତିଦିନ କରନ୍ତୁ ଏହି ୫ ଟି ଅଭ୍ୟାସ; ବୟସ ତୁଳନାରେ ଦେଖାଯିବେ ଅଧିକ ସତେଜ

ଭୁବନେଶ୍ୱର: ବୟସ ବଢ଼ିବା ସହ ଏହାର ଛାପ ତ୍ୱଚାରେ ଦେଖାଯାଏ।ମାତ୍ର ଆଜୀବନ ସତେଜ ଦେଖାଯିବା ପାଇଁ ସମସ୍ତେ ଚାହିଁଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ ।

ଏପରି ୫ ଅଭ୍ୟାସ ବିଷୟରେ ଆମେ କହିବୁ ଯାହାକୁ ଖାଦ୍ୟରେ ସାମିଲ କରିଲେ ଶରୀର ସୁସ୍ଥ ଏବଂ ସେତଜ ରହିବ।

ପ୍ରତିଦିନ ଗ୍ରୀନ-ଟି ପିଅନ୍ତୁ । ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି । ଏହା ଶରୀର ପାଇଁ ଲାଭଦାୟକହୋଇଥାଏ । ଏହା ଶରୀରର ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ ।

ଶରୀରକୁ ସୁସ୍ଥ ଏବଂ ସତେଜ ରଖିବାକୁ ଚାହୁଁଥିଲେ ପ୍ରତିଦିନ କିଛି ଓଜନ ଉଠାନ୍ତୁ। ଏହା ଦ୍ବାରା ଶରୀରର ମାଂସପେଶୀ ସତେଜ ରହିଥାଏ । ପ୍ରଥମେ କମ୍ ଓଜନର ଉଠାନ୍ତୁ । ଏହା ଅଭ୍ୟାସ ହୋଇଯିବା ପରେ ଅଧିକ ଓଜନ ଉଠାନ୍ତୁ । ବୟସ ବଢିବା ସହ ଆପଣଙ୍କ ଚର୍ମ ଅଧିକ ଲୋଚାକୋଚା ନହେବା ପାଇଁ ଏହାକୁ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ ।

୫୦ବର୍ଷ ବୟସ ପରେ ଶରୀର ପୂର୍ବାପେକ୍ଷା ଅଧିକ ପ୍ରୋଟିନ୍ ଆବଶ୍ୟକ କରିଥାଏ । ସାଧାରଣତଃ ଆମ ଶରୀର କିଲୋଗ୍ରାମ ପ୍ରତି ୦.୮ ଗ୍ରାମ ପ୍ରୋଟିନ୍ ଆବଶ୍ୟକତା କରିଥାଏ ।କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରର ମାଂସପେଶୀ କ୍ଷୟ ହେବାକୁ ଲାଗିଥାଏ। ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍ ଶରୀର ପାଇଁ ବେଶ୍ ଉପଯୋଗୀ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍-ଡି କମ୍ ମାତ୍ରାରେ ରହିଛି ତେବେ ଆପଣ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣରେ ରୁହନ୍ତୁ କିମ୍ବା ଭିଟାମିନ୍-ଡି ବଟିକା ଖାଆନ୍ତୁ । ଏହା ଆପଣଙ୍କ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.