Latest Odisha News

BREAKING NEWS

ଗଞ୍ଜାମରେ ଏନକାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ପାଣ୍ଡିଆ ନିକଟରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି।

କୁଖ୍ୟାତ ଅପରାଧି ଜଣକ ଟିଙ୍ଗିରି ଦୋରା ବୋଲି ଜଣାପଡ଼ିଛି ।

ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ ଆଖିବୁଜା ଗୁଳିଚାଳନା କରି ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲା ।ପୋଲିସର ପାଲଟା ଜବାବରେ ତାର ବାମ ଗୋଡରେ ଗୁଳି ବାଜିଥିଲା ।

ପରେ ତାକୁ ଚିକିତ୍ସା ନିମନ୍ତେ ପୋଲିସ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।

Leave A Reply

Your email address will not be published.