Latest Odisha News

ମୋଷ୍ଟ୍ ୱାଣ୍ଟେଡ ପଥର ମାଫିଆ ମହମ୍ମଦ ତବରେଜ୍ କୋଲକାତା ଏୟାରପୋର୍ଟରୁ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ମୋଷ୍ଟ ୱାଣ୍ଟେଡ୍ ପଥର ମାଫିଆ ମହମ୍ମଦ ତବରେଜକୁ କୋଲକାତା ଏୟାରପୋର୍ଟରୁ ମଙ୍ଗଳବାର ଦିନ ଗିରଫ କରିଛି ।

ଏହି ପଥର ମାଫିଆ ତବରେଜ୍ ଥାଇଲାଣ୍ଡକୁ ଖସି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଏସଟିଏଫ ସଦଳବଳେ ତାକୁ କାବୁ କରିଥିଲେ । ଏସଟିଏଫ ଯବାନ ଏୟାରପୋର୍ଟରେ ଚଢଉ କରି ତବରେଜକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

ପରେ ଟ୍ରାନଜିଟ୍ ରିମାଣ୍ଡ ସହିତ ଏହି ପଥର ମାଫିଆକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱରକୁ ଅଣାଯାଇଛି ।

Leave A Reply

Your email address will not be published.