Latest Odisha News

BREAKING NEWS

ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇବ ନାହିଁ ଜର୍ମାନୀ

ବର୍ଲିନ: ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନକୁ ଆଜି ପୁଣି ଆଉ ଏକ ଝଟକା ଲାଗିଛି । ବର୍ତମାନ ପରିସ୍ଥିତିରେ ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଯାଇ ପାରିବ ନାହିଁ ଜର୍ମାନୀ କହିଛି । ପୂର୍ବରୁ ପୋଲାଣ୍ଡର ପ୍ରସ୍ତାବକୁ ଆମେରିକା ମନା କରିବାରୁ ଆମେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛୁ ବୋଲି ଜର୍ମାନୀ ଚାନସଲେର ଓଲାଫ ସ୍କଲଜା କହିଛନ୍ତି । ନାଟୋ ସଦସ୍ୟଙ୍କୁ ଯୁଦ୍ଧ ବିମାନ ପ୍ରସ୍ତୁତ ରଖିବା ସହ ଆମେରିକାର ବେସକୁ ପଠାଇବା ପାଇଁ ପୋଲାଣ୍ଡର ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରି ଦେଇଥିଲା ।

ଯୁଦ୍ଧ ବିମାନ ପଠାଇବା ପାଇଁ ନାଟୋ ସଦସ୍ୟଙ୍କ ମଧ୍ୟରେ ସହମତି ହେବା ଆବଶ୍ୟକ ବୋଲି ପୋଲାଣ୍ଡ କହିଛି । ରୁଷକୁ ରୋକିବା ପାଇଁ ୟୁକ୍ରେନ ବାରମ୍ବାର ଫାଇଟର ଜେଟ ସହଯୋଗ ମାଗୁଥିଲେ ମଧ୍ୟ ତାହା ସେମାନଙ୍କୁ ମିଳି ପାରୁ ନାହିଁ ।

Comments are closed, but trackbacks and pingbacks are open.