Latest Odisha News

BREAKING NEWS

ନଡ୍ଡାଙ୍କ ସାମ୍ନାରେ ରାଜ୍ୟ ବିଜେପିର ଗୁମର ଖୋଲିଲେ ପ୍ରଭାରୀ ପୂରନ୍ଦେଶ୍ୱରୀ !

ଭୁବନେଶ୍ୱର: ରାଜ୍ୟ ବିଜେପିର ପଞ୍ଚାୟତ ପ୍ରଦର୍ଶନକୁ ନେଇ ବିଜେପି ସଭାପତି ଜେପି ନଡ୍ଡା ବୈଠକ କରିଛନ୍ତି । ପ୍ରଭାରୀ ଡି. ପୂରନ୍ଦେଶ୍ୱରୀ , ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ତିନି ସାଧାରଣ ସମ୍ପାଦକଙ୍କୁ ନେଇ ଶନିବାର ଦିଲ୍ଲୀରେ ବୈଠକ ବସିଥିଲା ବୋଲି ସୂଚନା ମିଳିଛିା ଏହି ବୈଠକରେ ପୂରନ୍ଦେଶ୍ୱରୀ ରାଜ୍ୟ ବିଜେପିର ନେତାଙ୍କ ମଧ୍ୟରେ ଏକତା ନାହିଁ ବୋଲି ମଧ୍ୟ ନଡ୍ଡାଙ୍କ ଆଗରେ କହିଥିବା ସୂଚନା ରହିଛି ।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ସେତେବେଳେ ପ୍ରଭାରୀ ଅରୁଣ ସିଂହ ଥିଲେ, ଆଉ ଦଳକୁ ଆଗକୁ ନେବା ପାଇଁ ପାଇଲଟ ସିଟରେ ବସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ କିନ୍ତୁ ରାଜ୍ୟ ବିଜେପିର ଆଉ ସେ ଥାଟବାଟ ନାହିଁ । ବଦଳିଛନ୍ତି ପ୍ରଭାରୀ ଆଉ କିଏ ଦଳର ମଙ୍ଗ ଧରିଛନ୍ତି ତାହା ଏବେ ଅସ୍ପଷ୍ଟ । ଆଉ ଚଳିତ ପଂଚାୟତ ନିର୍ବାଚନର ଫଳାଫଳ ପରେ ପୂରନ୍ଦେଶ୍ୱରୀଙ୍କ ରଣନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛିା

ଆନ୍ଧ୍ରପ୍ରଦେଶର ଏହି ନେତ୍ରୀ ଓଡିଶାର ପ୍ରଭାରୀ ଦାୟିତ୍ୱ ନେବା ପରେ ପ୍ରତିମାସରେ ଓଡିଶା ଗସ୍ତରେ ଆସନ୍ତି । ପଂଚାୟତ ଫଳାଫଳରେ ସାରା ରାଜ୍ୟରେ ଶଙ୍ଖନାଦ ହେବା ପରେ ଏବେ ଚିନ୍ତାରେ ଏହି ନେତ୍ରୀ । ଏହାକୁ ନେଇ ଶନିବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ପ୍ରଭାରୀ ପୂରନ୍ଦେଶ୍ୱରୀ ଭେଟିଥିଲେ । ଏଥିସହ ଏକ ରୁଦ୍ଧ ଦ୍ୱାର ବୈଠକ କରିଥିଲୋ ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ତିନି ଜଣ ସାଧାରଣ ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ ।

ବୈଠକରେ ଉପସ୍ଥିତ ଥିବା ନେତା କହିଥିଲେ ଏହା ଏକ ରୁଟିନ ବୈଠକ । କିନ୍ତୁ ବୈଠକରେ ପୂରନ୍ଦେଶ୍ୱରୀ ବିପର୍ଯ୍ୟୟ ଫଳାଫଳକୁ ଗମ୍ଭୀରତାର ସହ ନେଇଛନ୍ତି । ଆଉ ସମସ୍ତ କଥା ନଡ୍ଡାଙ୍କ ଆଗରେ କହିଛନ୍ତି । ରାଜ୍ୟ ବିଜେପିର ଅନେକ ବରିଷ୍ଠ ନେତା ସକ୍ରିୟ ନାହାନ୍ତି । ଯିଏ ଯାହା ବାଟରେ ରହିଛନ୍ତି । ତେଣୁ ଦଳକୁ ମଜବୁତ କରିବାକୁ ହେଲେ ବରିଷ୍ଠ ନେତା ଏକାଠି ହେବା ଦରକାର ବୋଲି ପୂରନ୍ଦେଶ୍ୱରୀ କହିଥିବା ସୂଚନା ରହିଛି । ଦଳର ସ୍ୱାର୍ଥ ପାଇଁ ସମସ୍ତ ବରିଷ୍ଠ ନେତା ଏକାଠି ହେବା ଦରକାର ବୋଲି ନଡ୍ଡାଙ୍କ ଆଗରେ କହିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନରେ କଣ ସବୁ ପ୍ରସଙ୍ଗ ଉଠିବ ସେ ନେଇ ପ୍ରଭାରୀ ଏକ ବୈଠକ କରିଥିଲୋ ଯେଉଁଥିରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ପଂଚାୟତ ପ୍ରଚାର ବେଳେ ବୈଜୟନ୍ତ କେନ୍ଦ୍ରାପଡା ପାଇଁ ଥରେ ଖଣ୍ଡେ ଡିଜିଟାଲ ମିଡିଅମରେ ପ୍ରଚାର କରିଥିଲେ । ସେହିପରି ପୁରୀ ଲୋକସଭାର ଆସନର ପ୍ରାର୍ଥୀ ସମ୍ବିତ ପାତ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସକ୍ରିୟ ନଥିଲେ । ଖାଲି ଏତିକି ନୁହଁ ଏହି ସବୁ କ୍ୟାମ୍ପର ନେତା ମଧ୍ୟ ପ୍ରଚାରରେ ପୂର୍ବଭଳି ସକ୍ରିୟ ନଥିବା ଦେଖିବାକୁ ମିଳିନଥିଲାା ଏହାପଛର ପ୍ରମୁଖ ଗୋଷ୍ଠୀ କନ୍ଦଳ ବୋଲି କୁହାଯାଏ ।

Comments are closed, but trackbacks and pingbacks are open.