Latest Odisha News

BREAKING NEWS

ଅସିଲା ଅପସରାଙ୍କ ‘ଥ୍ରୀଲର’ର ଟ୍ରେଲର, ଦେଖନ୍ତୁ ଭିଡିଓ

ମୁୁମ୍ବାଇ: ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର । ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଓଡ଼ିଆ ଝିଅ ଅପସରା ରାଣୀ ଅଛନ୍ତି । ତାଙ୍କ ଅପଜିଟିରେ ଅଛନ୍ତି ଓଡ଼ିଆ ପୁଅ ରକ୍ କାଚି ।

ଟ୍ରେଲରରେ ଅଙ୍କିତା ମହାରଣା ଓରଫ ଅପସରା ରାଣୀଙ୍କ ବୋଲ୍ଡ ଲୁକ୍ ଦେଖିବାକୁ ମିଳିଛି । ଏହା ଏକ ହରର ସସପେନ୍ସ ମୁଭି । ରାମ ଗୋପାଲ ବର୍ମା ଏହି ମୁୂଭି ପାଇଁ ଅଙ୍କିତାଙ୍କ ନାଁ ବଦଳାଇ ଅପସରା ରଖିଛନ୍ତି । ତେବେ ଫିଲ୍ମଟି ଫ୍ଲୋରକୁ ଆସିବା ପୂର୍ବରୁ ଏହାକୁ ନେଇ ସୃଷ୍ଟି ହୋଇଥିଲା ବହୁ ବାଦବିବାଦ ।

ଅପସରାଙ୍କ ଏକ ଫଟୋ ଟ୍ୱିଟ୍ କରି ଓଡ଼ିଶା ବାବଦରେ ଅପମାନ ସୂଚକ ମନ୍ତବ୍ୟ ରଖିଥିଲେ ରାମ ଗୋପାଲ ବର୍ମା । ଟ୍ୱିଟ୍‌ରେ ରାମ ଗୋପାଲ ଲେଖିଥିଲେ ଯେ, ଅପସରାଙ୍କୁ ଦେଖିବା ପୂର୍ବରୁ ସେ ଓଡ଼ିଶାର ନାଁ ମଧ୍ୟ ଜାଣି ନଥିଲେ । କେବଳ ଓଡ଼ିଶାରେ ହୋଇଥିବା ୧୯୯୯ ମହାବାତ୍ୟା କଥା ଜାଣିଥିଲେ । ଅପସରାଙ୍କୁ ଦେଖିବା ପରେ ତାଙ୍କର ହୃଦ୍‌ବୋଧ ହୋଇଛି ଯେ, ଓଡ଼ିଶା ସମସ୍ତ ପ୍ରକାର ମହାବାତ୍ୟ ସୃଷ୍ଟି କରିପାରିବ । ରାମ ଗୋପାଲଙ୍କ ଏଭଳି ଟ୍ୱିଟ୍ ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ ଓଡ଼ିଆ ଝିଅ ଅପସରା ରାଣୀ । ଏହାପରେ ଫିଲ୍ମର ହିରୋ ଓଡ଼ିଆ ପୁଅ ରକ୍‌ଙ୍କ କିଛି ଫଟୋ ଜାରି କରି ରାମ ଗୋପାଲ ବର୍ମା ତାଙ୍କ ମୁଖ୍ୟ ନାୟକଙ୍କ ବାବଦରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.