Latest Odisha News

ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ; ୨୦୦ ପରିବାରର ସାହାରା ସାଜିଛି ଗୋଟିଏ ନଳକୂପ

କେନ୍ଦ୍ରାପଡ଼ା: ଅସହ୍ୟ ହେଲାଣି ରୌଦ୍ର ତାପ । ତାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଜଳକଷ୍ଟ । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । କୂଅ, ପୋଖରୀରେ ଶୁଖିଗଲାଣି ଜଳ । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର। ନିର୍ମାଣ ହୋଇଛି ପାଣି ଟାଙ୍କି ପାଣି ପାଇଁ ଦିଆଯାଇଛି କନେକ୍ସନ ହେଲେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ମାର୍ଶାଘାଇ ବ୍ଲକର କରିଲୋପାଟଣା ଗ୍ରାମ ପଞ୍ଚାୟତର ହନ୍ତପଡ଼ା ଗ୍ରାମରୁ ।

ହନ୍ତପଡ଼ା ଗ୍ରାମରେ ୨୦୦ ଶହ ପରିବାର ବସବାସ କରନ୍ତି । ଏବେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ହନ୍ତପଡ଼ା ଗ୍ରାମବାସୀ । ଗୋଟିଏ ନଳକୂପ ଉପରେ ପାଖାପାଖି ଦୁଇଶହ ପରିବାର ନିର୍ଭର କରୁଥିବା ବେଳେ ଅନ୍ୟମାନେ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରୁଛନ୍ତି । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ୨୦୨୦ମସିହାରେ ନାରଣପୁର, ହନ୍ତପଡ଼ା ଏବଂ କରିଲୋପାଟଣା ଗ୍ରାମର ସାତଗୋଟି ୱାର୍ଡକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ବସୁଧା ଯୋଜାନର ଶୁଭ ଦେଇଥିଲେ । ହେଲେ ଶୁଭ ଦେବାର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ପାଣିର ସମସ୍ୟା ଦୂର ହୋଇପାରୁନି । ପ୍ରଶାସନ ଅବହେଳା ଓ ଠିକାଦାରଙ୍କର ମନ ମୁଖି କାର୍ଯ୍ୟ ପାଇଁ ଅଧାରେ ଅଟକିଛି ଏହି କାମ ।

ସ୍ଥାନୀୟ ଜେଇ କିମ୍ବା ଏସଡିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଶୁଣୁନାହାନ୍ତି ଅଫିସର । ବର୍ତ୍ତମାନ ସାତଗୋଟି ୱାର୍ଡର ଏକ ହଜାରରୁ ଉର୍ଦ୍ଧ ପରିବାର ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଯଦି ପ୍ରଶାସନ ଏହି ପ୍ରୋଜେକ୍ଟକୁ କାର୍ଯ୍ୟକ୍ଷମ ନ କରାନ୍ତି ତେବେ ଜ଼ିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ହନ୍ତପଡ଼ା ଗ୍ରାମବାସୀ ।

 

 

Leave A Reply

Your email address will not be published.