Latest Odisha News

BREAKING NEWS

ବଢ଼ୁଛି ସୁବର୍ଣ୍ଣରେଖା ଜଳସ୍ତର, ବନ୍ୟା ଆଶଙ୍କା

ବାଲେଶ୍ୱର : ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ,ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ରାଜଘାଟ ରେଡିଂ ପଏଣ୍ଟ ଅନୁଯାୟୀ ବୁଧବାର ସକାଳ ୧୦ ଟା ବେଳେ ନଦୀର ଜଳସ୍ତର ୯.୪୮ ମିଟର ରହିଥିଲା ।

ଏଠାରେ ସତର୍କ ସ୍ତର ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ୧୦.୩୬ ମିଟର ରହିଛି । ନଦୀର ଜଳସ୍ତର ବଢ଼ୁଥିବାରୁ ଆଜି ରାତି ୧୨ ଟା ସୁଦ୍ଧା ୧୦.୩୦ ମିଟରରେ ପହଁଚିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଘୁଚାପ ପ୍ରଭାବରେ ସୁବର୍ଣ୍ଣ ରେଖାର ଉପରି ମୁଣ୍ଡରେ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି ।

Leave A Reply

Your email address will not be published.