Latest Odisha News

BREAKING NEWS

ଆମେରିକା ଗସ୍ତରେ ମୋଦି,୨୪ରେ ମୋଦି-ବାଇଡେନ ସାକ୍ଷାତ

ଦିଲ୍ଲୀ : ଆଜିଠାରୁ ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସେ ୱାସିଟନଂରେ ପହଁଚିବେ । ପରେ ୨୩ ତାରିଖରେ ଆମେରିକାର ଟପ୍ ସିଇଓଙ୍କୁ ଭେଟିବେ ମୋଦି ।୨୪ ତାରିଖରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଭାରତ ଆମେରିକା ସାମରିକ ସହେଯାଗ ବାଣିଜ୍ୟ ସୁରକ୍ଷା ଆଦି ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ।

ଆଫଗାନ ସ୍ଥିତି ,ଆତଙ୍କବାଦ ,ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଦୁଇ ନେତାଙ୍କ ଆଲୋଚନାରେ ସ୍ଥାନ ପାଇପାରେ ବୋଲି ଜଣାପଡ଼ିଛି । ଉପରଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିବେ ମୋଦି ।ଏହି ଗସ୍ତ କାଳରେ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରବା ସହିତ କ୍ୱାର୍ଡ ସମ୍ମିଳନୀରେ ଯୋଗଦେବେ । ମୋଦି ଅଷ୍ଟ୍ରେଲିଆ ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.