Latest Odisha News

BREAKING NEWS

ଆଜି ରାତିରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ବେଳେ ଏଥିସହିତ ସୋମବାର ରାତିରେ ବଜ୍ରପାତ ହେବାନେଇ ସତର୍କ ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରି କହିଛନ୍ତି ଯେ, ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ରାୟଗଡ଼ା, ଗଜପତି, ନୟାଗଡ଼, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ନୂଆପଡ଼ା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି ।

ଏହିସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ରାତି ୯ଟା ସୁଦ୍ଧା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.