Latest Odisha News

ଟି୨୦ ଓ୍ବାର୍ଲ୍ଡକପ୍ ବଦଳରେ ଆଇପିଏଲ ୨୦୨୦ର ଆୟୋଜନ ହେବ: ଅଷ୍ଟ୍ରେଲିଆ ଗଣମାଧ୍ୟମ

ମୁମ୍ବାଇ: ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ବଦଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆୟୋଜିତ ହେବ । ତେବେ ଆଇପିଏଲ କେଉଁଠାରେ ହେବ ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇନି । ଗଣମାଧ୍ୟମର ସୂଚନା ଅନୁସାରେ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଇଂଲଣ୍ଡ ବିରୋଧରେ ଓ୍ବାନଡେ ସିରିଜ୍ ଖେଳିବ । ବିସିସିଆଇ ପାଖରେ ପୂର୍ବରୁ ଦୁଇ ବିଦେଶୀ ବୋର୍ଡ ଦ୍ବାରା ଟୁର୍ଣ୍ଣାମେଣ୍ଟର ଆୟୋଜନର ପ୍ରସ୍ତାବ ରହିଛି  ।

ୟୁଏଇ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପରେ ନ୍ୟୁଜିଲାଣ୍ଡ ମଧ୍ୟ ନିଜ ଦେଶରେ ଆଇପିଏଲ କରିବା ନେଇ ଇଚ୍ଛା ପ୍ରାଶ କରିଛି । ଆଇପିଏଲ  ଆୟୋଜନ ଟି୨୦ ବିଶ୍ବକପ୍ ୨୦୨୦ର ସ୍ଥାନରେ ହେବ । ଆଇସିସି ବୋର୍ଡ ଚଳିତ ସପ୍ତାହରେ ଟି୨୦ ଓ୍ବାର୍ଲ୍ଡ କପ୍ ୨୦୨୦ ସ୍ଥଗିତ ହେବାର ଘୋଷଣ କରିପାରେ ।

Leave A Reply

Your email address will not be published.