Latest Odisha News

BREAKING NEWS

ବିଶିଷ୍ଟ ଉର୍ଦ୍ଦୁ କବି ସୋହେଲ୍ ଅଖତରଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଉର୍ଦ୍ଦୁ କବି ସୋହେଲ୍ ଅଖତରଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରରେ ରହୁଥିବା ସୋହେଲ୍ ସମଗ୍ର ଭାରତର ଉର୍ଦ୍ଦୁ ଜଗତରେ ଜଣେ ଚର୍ଚ୍ଚିତ କବି । କର୍ଣ୍ଣାଟକ ଉର୍ଦ୍ଦୁ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ସୋହେଲ୍ ଇଡ଼କୋରେ ଜିଏସଏମ ପଦବୀରେ କାର୍ଯ୍ୟ କରୁଥିଲେ ।

ସ୍ୱର୍ଗତଃ ସୋହେଲ୍ ଗଜଲ୍ ଏବଂ ସାୟରୀ ରଚନାରେ ସିଦ୍ଧହସ୍ତ ଥିଲେ । ୫୭ ବର୍ଷରେ ତାଙ୍କ ବିୟୋଗ ସମଗ୍ର ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଅନେକ ଓଡ଼ିଆ କବିତାର ଉର୍ଦ୍ଦୁ ଅନୁବାଦ କରିଛନ୍ତି । ଉଭୟ ଉର୍ଦ୍ଦୁ ଏବଂ ହିନ୍ଦୀ ସାହିତ୍ୟ ସାଧନାରେ ସେ ବ୍ରତୀ ଥିଲେ । ଜଣେ ସଚ୍ଚୋଟ ଏବଂ ଅମାୟିକ ବ୍ୟକ୍ତି ଭାବେ ସେ ବେଶ୍ ଜଣାଶୁଣା । ଦସ୍ତେ ଜାଦ୍ , କାଗଜ୍ ପେ ସେହରା, ମୁମଜାମିଦ ଅଖଲକ କେ ସାୟିୟେ ତାଲେ ଇତ୍ୟାଦି ତାଙ୍କର ଚର୍ଚ୍ଚିତ କବିତା ପୁସ୍ତକ ।

ସେ ଅନେକ ଇଂରାଜୀ କବିତାକୁ ଉର୍ଦ୍ଦୁରେ ଏବଂ ଅନେକ ଉର୍ଦ୍ଦୁ କବିତାକୁ ଇଂରାଜୀରେ ଅନୁବାଦ କରିଛନ୍ତି । ଅନୁବାଦ ଏବଂ ସମାଲୋଚନା କ୍ଷେତ୍ରରେ ସେ ଅନେକ କାମ କରିଛନ୍ତି । ଅନେକ ପତ୍ରିକା ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ବିଶିଷ୍ଟ କବି ସୋହେଲ୍ ଅଖତର୍ ।

Leave A Reply

Your email address will not be published.