ଓଡିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲି ଅନେକ ଲୋକ ମୋଟାପଣ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଓଜନ କମେଇବାକୁ ପ୍ରତିଦିନ ବ୍ୟାୟାମ କରିବା ସହିତ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ତେବେ ମଟାପଣ କମେଇବାକୁ ହେଲେ ଆପଣ ଖାଦ୍ୟରେ ଗ୍ଲୁଟେନ୍ ଫ୍ରି ଶସ୍ୟ ବା ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ।
ନିୟମିତ ବ୍ୟାୟାମ କରିବା ସହିତ ଓଜନ ହ୍ରାସ ପାଇଁ ଏକ ସୁସ୍ଥ ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆପଣ ନିଜ ଖାଦ୍ୟରେ ଗ୍ଲୁଟେନ୍ ଫ୍ରି ଶସ୍ୟକୁ ଅନ୍ତର୍ଭୁକ୍ତ କରିପାରିବେ। ଏହା ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ତେବେ ଆପଣଙ୍କ ଡାଏଟରେ କେଉଁଭଳି ଗ୍ଲୁଟେନ୍ ଫ୍ରି ଶସ୍ୟକୁ ସାମିଲ କରିବେ ଆସନ୍ତୁ ଜାଣିବା।
କ୍ୱିନୋଆ – କ୍ୱିନୋଆ ହେଉଛି ଏକ ଗ୍ଲୁଟେନ୍ ଫ୍ରି ଶସ୍ୟ। ଏଥିରେ ଅନେକ ପୋଷକ ତତ୍ତ୍ୱ ଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଏବଂ ପ୍ରୋଟିନ୍ ଭରପୂର ରହିଛି। ଆପଣ ଖିଚିଡି ଏବଂ ପରଟା ଭଳି ଅନେକ ଉପାୟରେ କ୍ୱିନୋଆକୁ ବନେଇ ଖାଇପାରିବେ।
ବ୍ରାଉନ୍ ରାଇସ୍ – ବ୍ରାଉନ୍ ରାଇସ (ଚାଉଳ)କୁ ଗ୍ଲୁଟେନ୍ ଫ୍ରି କୁହାଯାଏ। ଏହା ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ପେଟର ଚର୍ବିକୁ ହ୍ରାସ କରିଥାଏ। ଏହାକୁ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏଥିରେ ଆଇରନ, ଜିଙ୍କ, ଫସଫରସ୍ ଏବଂ ମାଙ୍ଗାନିଜ୍ ଭଳି ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ।
ଓଟସ୍ – ଆପଣ ଜଳଖିଆରେ ଓଟସ୍ ଖାଇପାରିବେ। ଏହା ଗ୍ଲୁଟେନ୍ ଫ୍ରି ଅଟେ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଓଟରେ କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ପୋଷକ ତତ୍ତ୍ୱ ରହିଛି।
ବାଜରା – ଶୀତଦିନେ ବାଜରା ଲୋକପ୍ରିୟ ଖାଦ୍ୟ ପାଲଟିଯାଏ। ବାଜରା ରୁଟି ବହୁତ ସ୍ୱାଦିଷ୍ଟ ଏବଂ ସୁସ୍ଥ। ଏଥିରେ ପ୍ରୋଟିନ୍ ଭରପୂର ଥାଏ। ଏହାକୁ ଖାଇଲେ ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।
Comments are closed.