Latest Odisha News

BREAKING NEWS

ଭୋଜନର ୧୫ ମିନିଟ ପରେ କରନ୍ତୁ ଏହି ଯୋଗ, ଶୀଘ୍ର ହ୍ରାସ ପାଇବ ଓଜନ

ଆମେ ସମସ୍ତେ ଜାଣନ୍ତି ଯେ ଯୋଗ ଆମ ଶରୀର ପାଇଁ କେତେ ଉପଯୋଗି । ଆମ ଶରୀର ଏବଂ ମନକୁ ପ୍ରଫୁଲିତ ଓ ନିରୋଗ ରଖିବାରେ ମଧ୍ୟ ଯୋଗ ସାହାଯ୍ୟ କରିଥାଏ । ସେହିପରି ଯୋଗ ଶରୀରର ଓଜନ ହ୍ରାସ ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ | ଓଜନର ଦ୍ରୁତ ବୃଦ୍ଧି ବର୍ତ୍ତମାନର ଯୁଗର ଏକ ପ୍ରମୁଖ ସମସ୍ୟା ପାଲଟିଛି । ଯାହା ସବୁ ବୟସ ବର୍ଗର ଶିଶୁ, ଯୁବକ ଏବଂ ବୃଦ୍ଧଙ୍କ ମଧ୍ୟରେ ଦେଖାଯାଉଛି । ମୋଟାପଣ ଏକ ରୋଗ ନୁହେଁ, କିନ୍ତୁ ଏହା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଯେପରିକି ଖରାପ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତ, କରୋନାରୀ ଧମନୀ ରୋଗ ଆଦି । ତେଣୁ, ଯଥାସମ୍ଭବ, ଆପଣ ଓଜନ ହ୍ରାସ ପାଇଁ ଯୋଗର ସାହାଯ୍ୟ ନେଇପାରିବେ |

ବଜ୍ରାସନ ଯୋଗ ଦ୍ୱାରା ଆପଣ ଓଜନ ହ୍ରାସ କରିପାରିବେ । ବର୍ତ୍ତମାନ ଯୁଗରେ କାର୍ଯ୍ୟର ମାତ୍ରାଧିକ କାରଣରୁ ପ୍ରାୟ ସମସ୍ତଙ୍କୁ ସକାଳେ ଯୋଗ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରେନାହିଁ । ତେଣୁ ଆପଣମାନେ ମଧ୍ୟାହ୍ନ ଭୋଜନ ପରେ ମଧ୍ୟ ଏହି ଯୋଗ କରିପାରିବେ | ବଜ୍ରାସନ କେବଳ ପେଟର ଚର୍ବିକୁ ହ୍ରାସ କରେ ନାହିଁ, ବରଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ | ବଜ୍ରାସନ ଅର୍ଥ ହେଉଛି ଦୃଢ଼ସ୍ଥିତି | ଏହି ଆସନ ଆମ ଶରୀରର ହଜମ ପ୍ରକ୍ରିୟା ଏବଂ ମାଂସପେଶୀକୁ ଶକ୍ତି ପ୍ରଦାନ କରେ, ତେଣୁ ଏହାକୁ ବଜ୍ରାସନ କୁହାଯାଏ |

ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କୁ ମାତ୍ର ୧୫ ମିନିଟ ଏହାକୁ କରିବାକୁ ପଡିବ । ଯଦି ଆପଣ ଅଫିସରେ ଅଛନ୍ତି, ତେବେ ଆପଣ ଖାଦ୍ୟ ଖାଇସାରିବା ପରେ ସାମାନ୍ୟ ବିରତି ନେଇ ଏହାକୁ କରିପାରିବେ | ଏହା ଆପଣଙ୍କ ଶରୀର ପାଇଁ ଅଧିକ ଲାଭ ଦାୟକ ଅଟେ । ଏହି ଆସନ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହ ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଯେଉଁମାନେ ଅନେକ ସମୟ ଧରି ଗୋଟିଏ ସ୍ଥାନରେ ବସି କାମ କରୁଛନ୍ତି ସେମାନଙ୍କ ପାଇଁ ବଜ୍ରାସନ ଅତ୍ୟନ୍ତ ଲାଭଦାୟକ ଅଟେ | ଏହାଦ୍ୱାରା, ପାଦର ମାଂସପେଶୀ ଉପରେ ଅତିରିକ୍ତ ଚାପ ପଡ଼ିବ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ ହେବ |

ବଜ୍ରାସନର ଉପକାରିତା:

  1. ବଜ୍ରାସନ ଓଜନ ହ୍ରାସ କରିବାରେ ଏବଂ ଶରୀରକୁ ଫିଟ ରଖିବାରେ ସାହାଯ୍ୟ କରେ |
  2. ମନକୁ ଶାନ୍ତ କରେ ଏବଂ ମନକୁ ତୀକ୍ଷ୍ଣ କରେ |
  3. ଏହି ଆସନ ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ |
  4. ଖାଦ୍ୟ ହଜମ କରିବା ଏବଂ କୋଷ୍ଠକାଠିନ୍ୟ ଦୂର କରିବା ପାଇଁ ଏହା କାର୍ଯ୍ୟ କରେ |
  5. ମେରୁଦଣ୍ଡ, ଅଣ୍ଟା, ଜଙ୍ଘ, ଆଣ୍ଠୁ ଏବଂ ପାଦକୁ ମଜବୁତ କରେ
  6. ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ରୋଗ ଭଲ କରିଥାଏ |
  7. ବଜ୍ରାସନରେ ବସିଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ |
  8. ଏହି ଆସନ ନିୟମିତ କରିବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ |
  9. ଗ୍ୟାସ ରୋଗ ଦୁର କରିଥାଏ |
  10. ବଜ୍ରାସନ କରିବା ଦ୍ୱାରା ଶରୀରର ମଧ୍ୟମ ଭାଗ ସିଧା ରହିଥାଏ |
Leave A Reply

Your email address will not be published.