Latest Odisha News

ପଶ୍ଚିମବଙ୍ଗ ନିର୍ବାଚନ: ରାଜନୀତିରେ ଯୋଗ ଦେଲେ ଦୁଇ କ୍ରିକେଟର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ବୁଧବାର ଦୁଇ କ୍ରିକେଟର ରାଜନୀତିରେ ଯୋଗ ଦେଇଛନ୍ତି । ମନୋଜ ତିୱାରୀ ତୃଣମୂଳ କଂଗ୍ରେସର ହାତ ଧରିଥିବା ବେଳେ ପୂର୍ବତନ ପେସ ବୋଲର ଅଶୋକ ଦିଣ୍ଡା ବିଜେପିରେ ମିଶିଛନ୍ତି । ନିକଟରେ କ୍ରିକେଟରୁ ଅବସର ଘୋଶଣା କରିଥିବା ଦିଣ୍ଡା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ପଶ୍ଚିମବଙ୍ଗ ପାର୍ଟି ଉପାଧ୍ୟକ୍ଷ ଅର୍ଜୁନ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।

ସେ ଭାରତ ପକ୍ଷରୁ ୧୩ ଦିନିକିଆ ଓ ୯ଟି୨୦ ମ୍ୟାଚ ଖେଳିଥିଲେ । ଏହା ବ୍ୟତୀତ ଆଇପିଏଲରେ ବିଭିନ୍ନ ଟିମ ପକ୍ଷରୁ ୭୮ ମ୍ୟାଚ ଖେଳିଛନ୍ତି । ଖୁବ୍ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଥିବାରୁ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ସମସ୍ତ କୌଶଳ ଆପଣାଇବାରେ ଲାଗି ପଡିଛନ୍ତି ।

Leave A Reply

Your email address will not be published.