Latest Odisha News

BREAKING NEWS

ପଛକୁ ହଟିଲା ପଶ୍ଚିମବଙ୍ଗ, ଭାଙ୍ଗିଲା ନିର୍ମାଣ କରିଥିବା ପାଚେରି

ବାଲେଶ୍ବର : ପଛକୁ ହଟିଲା ପଶ୍ଚିମବଙ୍ଗ ପ୍ରଶାସନ । ବିରୋଧ ପରେ ଭାଙ୍ଗିଲା ନିର୍ମାଣ କରିଥିବା ପାଚେରି । ଓଡ଼ିଶା ସୀମା ଭିତରରେ ପଶ୍ଚିମବଙ୍ଗ ପ୍ରଶାସନ ଜୋର ଜବରଦସ୍ତ ପାଚେରି ନିର୍ମାଣ କରୁଥିଲା । କିନ୍ତୁ ସେହି ପାଚେରିକୁ ରାତି ଅଧିଆ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ । ଓଡିଶାର ମନୋରମ ବେଳାଭୂମି ଉଦୟପୁର ଉପରେ ଲୋଲୁପ ଦୃଷ୍ଟି ପକାଇ ପାଚେରୀ ନିର୍ମାଣ କରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିବା ସହ ପ୍ରଶାସନକୁ ଜଣାଇଥିଲେ । ଏହା ପରେ ଓଡ଼ିଶା ପ୍ରଶାସନ କାମକୁ ବନ୍ଦ କରିବା ସହ ୧୪୪ ଧାରା ଲାଗୁ କରିଥିଲେ ।

ତେବେ ଗତ ୨୧ ତାରିଖରେ ଜାରି ହୋଇଥିବା ୧୪୪ ଧାରାକୁ ଉଲ୍ଲଂଘନ କରି ପଶ୍ଚିମବଙ୍ଗ ପୁଣି ପାଚେରି କାମ ଆରମ୍ଭ କରିଥିଲା । ଖବର ପାଇଁ ସ୍ଥାନୀୟ ପ୍ରଶାସନ ପହଞ୍ଚି କାମ ବନ୍ଦ କରିଥିଲେ । ଓଡ଼ିଶାର ବିରୋଧ ପରେ ଗତକାଲି ରାତିରେ ନିର୍ମାଣଧୀନ ଗାର୍ଡ ଓ୍ବାଲକୁ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ।

Leave A Reply

Your email address will not be published.