Latest Odisha News

BREAKING NEWS

ପଶ୍ଚିମ ଓଡିଶାରେ ଧୂମଧାମରେ ପାଳିତ ହେଉଛି ନୂଆଁଖାଇ ପର୍ବ

ଭୁବନେଶ୍ୱର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇ ଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇ ପୀଠ ମଧ୍ୟ ଏକପ୍ରକାର ଚଳଚଞ୍ଚଳ ।

ଏହି ପର୍ବକୁ ନେଇ ପୁରପଲିରେ ଉତ୍ସବର ମାହୋଲ ଲାଗିରହିଥିବା ବେଳେ ଘରେ ଘରେ ପିଠାପଣା ସାଙ୍ଗକୁ ନାଚଗୀତରେ ଦୁଲୁକୁଛି ସମଗ୍ର ପଶ୍ଚିମ ଓଡିଶା । ଆଜି ସମସ୍ତ ପଶ୍ଚିମ ଓଡିଶା ବାସୀ ନୂଆ ଶାଢୀ ତଥା ନୂଆ ପୋଷାକ ପିନ୍ଧିବା ସହ ବିଭିନ୍ନ ଅଳଙ୍କାରମାନ ଧାରଣ କରିିଥାନ୍ତି ।

ଆହୁରି ମଧ୍ୟ ନୂଆଁଖାଇ ଅବସରରେ ଯେଉଁ ଲୋକମାନେ ନିଜ ଘରଠାରୁ ଯେତେ ଦୂରରେ ତଥା ରାଜ୍ୟ ବାହାରେ ରହୁଥିଲେ ମଧ୍ୟ ନୂଆଁଖାଇ ପାଳିବାକୁ ସମସ୍ତେ ଆସି ଘରେ ପହଞ୍ଚି ଯାଆନ୍ତି ।

ଆଜି ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗିହେବ । ଏହାପରେ ଯାଇ ଘରେ ଘରେ ନୂଆ ଚାଉଳ ଏକାଠି ସେବନ କରିବେ ପରିବାର ବର୍ଗ ।

ସୂଚନା ଅନୁଯାୟୀ ନୂଆଁଖାଇ ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ କୃଷି ଭିତ୍ତିକ ଗଣପର୍ବ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ଏହି ଅବସରରେ ନୂଆ ଧାନକେଣ୍ଡାରୁ ଧାନ ବାଛି ଏଥିରୁ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ଏହାପରେ ପ୍ରଥମେ ଭଗବାନଙ୍କ ପାଖରେ ନବାନ୍ନ ଭୋଗ କରାଯାଏ ତାପରେ ଯାଇ ଲୋକମାନେ ଏହାକୁ ଖାଇଥାନ୍ତି ।

Leave A Reply

Your email address will not be published.