Latest Odisha News

BREAKING NEWS

ମାଲକାନଗିରି: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଚାଲିଛି ପ୍ରବଳ ଗୁଳି ବିନିମୟ

ମାଲକାନଗିରି: ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ଥିବା ପାହାଡ଼ିଆ ତୁଳସୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଗତରାତିରୁ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଛି ।

ମିଳିଥିବା ତଥ୍ୟ ଅନୁଯାୟୀ, ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ିଆ ଘଞ୍ଚ ଜଙ୍ଗଲରେ ନକ୍ସଲ ଲୁଚି ରହିଥିବା ଖବର ପାଇ ମାଲକାନଗିରି ଏସପି ଅଶୋକ ମୀନା ସ୍ପେସାଲ ଅପରେସନ ଗ୍ରୁପକୁ ନେଇ ମାଓବାଦୀଙ୍କୁ ଖୋଜିଥିଲେ । ଏହି ସର୍ଚ୍ଚ ଅପରେସନରେ ମଧ୍ୟ ଡ଼ିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ (ଡ଼ିଭିଏଫ) ସାମିଲ ହୋଇଛି ।

ଜଙ୍ଗଲ ଭିତରେ ପୋଲିସର ଏହି ସର୍ଚ୍ଚ ଅପରେସନ ଦେଖି ମାଓବାଦୀମାନେ ପୋଲିସ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଣାଇଛନ୍ତି, ଆଜି ସକାଳୁ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଏପର୍ଯ୍ୟନ୍ତ ଚାଲିଛି । ତେବେ ଏବେ ଏବେ ମିଳିଥିବା ସୂଚନାନୁସାରେ ପୋଲିସ ଜଙ୍ଗଲ ମଧ୍ୟରେ ଏକ ମାଓ କ୍ୟାମ୍ପକୁ ଜବତ କରି ପ୍ରଚୁର ମାରଣାସ୍ତ୍ର ସହିତ ଗୁଳିଗୋଳା ଜବତ କରିବାକୁ ସକ୍ଷମ ହୋଇଛି । ମୃତାହତର ଖବର ଏଯାଏଁ ମିଳିପାରିନାହିଁ ।

ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ସର୍ଚ୍ଚ ଅପରେସନ ସାରି ପୋଲିସ ଦଳ ଫେରିବା ପରେ ହିଁ ଏସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ।

Leave A Reply

Your email address will not be published.