Latest Odisha News

BREAKING NEWS

ଶୀତଦିନେ ବୁଲି ଯାଆନ୍ତୁ ସିକିମ୍ : ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ

ନୂଆଦିଲ୍ଲୀ : ଆମ ଭାରତବର୍ଷରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି  । ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । କିନ୍ତୁ ଶୀତ ଦିନେ ବୁଲିବାର ମଜା ଟିକିଏ ନିଆରା  । ଆପଣମାନେ ଯଦି ଶୀତ ଦିନେ କୁଆଡେ  ବୁଲି ଯିବାକୁ ପ୍ଲାନ୍ କରୁଛନ୍ତି  । ତେବେ ନିଶ୍ଚୟ ଥରେ ସିକିମ୍ କଥା ମନକୁ ଆଣନ୍ତୁ । ଏହା ଏକ ଛୋଟ ରାଜ୍ୟ  ।

ମାତ୍ର ଏହାର  ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ବିଶେଷକରି ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ସିକିମ୍‌ ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏକ ପାର୍ବତୀୟ ରାଜ୍ୟ । ଏଠାରେ ମୁଖ୍ୟତଃ ଲେପ୍‌ଚା , ଭୁଟିୟା ଓ ତିଦ୍ଦତୀ ଜନଜାତିର ଲୋକ ବସବାସ କରନ୍ତି  । ଏମାନଙ୍କର ପରିପାଟୀ, ପର୍ବପର୍ବାଣି ତଥା ଖାଦ୍ୟଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ।

ସିକିମ୍‌ରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା- ସୋମ୍‌ଗୋ ହ୍ରଦ, ନଥୁଲା ପାସ୍‌, ଡିୟର୍‌ ପାର୍କ, ରୁମ୍‌ଟେକ୍‌ ମଠ ଇତ୍ୟାଦି। ଏତଦ୍‌ବ୍ୟତୀତ ମହାନ୍‌ ସାଧୁ ଗୁରୁ ପଦ୍ମସମ୍ଭବଙ୍କ ସବୁଠାରୁ ଉଚ୍ଚମୂର୍ତ୍ତି ବି ଏହିଠାରେ ଦେଖିବାକୁ ମିଳିଥାଏ। ତେବେ ସିକିମ୍‌ର ରାଜଧାନୀ ଗାଙ୍ଗଟକ୍‌ରେ ବି ପର୍ଯ୍ୟଟକଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଖାସ୍‌ କରି ଗାଙ୍ଗଟକ୍‌ରେ ଥିବା ଲାଲ୍‌ ବଜାର ନାମକ ଏକ ବଜାରରେ ପର୍ଯ୍ୟଟକ ବୁଲିବା ସହ ସୁଲଭ ଦରରେ ଜିନିଷ କିଣି ଆଣିପାରିବେ।

Leave A Reply

Your email address will not be published.