Latest Odisha News

BREAKING NEWS

କୁଆଡେ ଗଲା ନାଜିଙ୍କ ସ୍ୱର୍ଣ୍ଣ ଭରା ଟ୍ରେନ

ବର୍ଲିନ: ଆଡଲଫ ହିଟଲରଙ୍କ ମୃତୁ୍ୟର ୭୭ ବର୍ଷ ବିତିଗଲାଣି । ସେ ସମୟରେ ନାଜି ସେନାଙ୍କ କ୍ରୁରତା ଓ ହିଟଲର ଏକଚ୍ଛତ୍ରବାଦ ଶାସନ ଏବେ ବି ଲୋକଙ୍କ ମନରୁ ଲିଭି ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ସେନା ଯେଉଁ ଯେଉଁ ସ୍ଥାନରେ ବିଜୟ ହାସଲ କରୁଥିଲେ ସେଠାରୁ ସ୍ୱର୍ଣ୍ଣ ଲୁଟ ପାଟ କରୁଥିଲେ । ତେବେ ବିଶ୍ୱଯୁଦ୍ଧରେ ହିଟଲର ଯେତେବେଳେ ତାଙ୍କ ପରାଜୟ ସମ୍ପର୍କରେ ସୂଚନା ପାଇଲେ ଲୁଟ କରିଥିବା ସୁନା ସବୁ ଲୁଚାଇଦେବା ପାଇଁ ସେନାକୁ ନିଦେ୍ର୍ଧଶ ଦେଇଥିଲେ ।

କହିବା ଅନୁସାରେ ନାଜି ସେନା ଏକ ଟ୍ରେକରେ ସୁନା ଏବଂ ଅନ୍ୟ ମୂଲ୍ୟବାନ ଅଳଙ୍କାର ଲଦି ଏହାକୁ ଗୁପ୍ତ ସ୍ଥାନକୁ ପଠାଇ ଦେଇଥିଲେ । ତେବେ ସତରେ କଣ ନାଜି ସେନା ସୁନା ଲୁଚାଇଥିଲା । ଯଦି ଲୁଚାଇଥିଲା ତେବେ ଏହା ଗଲା କୁଆଡେ ? ଇସ୍ରାଏଲରେ ଅଧ୍ୟୟନ କରୁଥିବା ପ୍ରଫେସର ରୋନାଲ୍ଡ ଜ୍ୱେର୍ଗ କହିଛନ୍ତି ଯେ, ସମସ୍ତେ ଜାଣନ୍ତି ନାଜି ସେନା କେନ୍ଦ୍ରୀୟ ବ୍ୟାଙ୍କ ଲୁଟ କରିଥିଲା । ଯୁଦ୍ଧ ଶେଷ ହେବା ପରେ ୭୦ ପ୍ରତିଶତ ସୁନା ଉଦ୍ଧାର କରାଯାଇ ପାରିଥିଲା । ତେବେ ବାକି ସୁନା ସମ୍ପର୍କରେ କିଛି ସୂଚନା ମିଳି ନ ଥିଲା ।

ଯୁଦ୍ଧ ପରେ ଆମେରିକା ସେନା ଜର୍ମାନୀ ଓ ଅଷ୍ଟ୍ରିଆରୁ ବହୁମାତ୍ରାର ସୁନା ଉଦ୍ଧାର କରିଥିଲା । ଏଥିରେ ମୁଦ୍ରା ଏବଂ ରଡ ମଧ୍ୟ ସାମିଲ ଥିଲା । ସେମାନଙ୍କ ମତରେ ନାଜି ଟ୍ରେନ କଥା ସମ୍ପୂର୍ଣ୍ଣ ମିଛ ନୁହେଁ । ଦକ୍ଷିଣ-ପଶ୍ଚିମ ପୋଲାଣ୍ଡର ପାହାଡ ମଧ୍ୟରେ କୌଣସି ଏକ ସ୍ଥାନରେ ଏହି ଟ୍ରେନକୁ ଲୁଚା ଯାଇଥିଲା । ବହୁ ପ୍ରକାର ଉଦ୍ୟମ ସତ୍ୱେ ଏହି ଟ୍ରେନର ରହସ୍ୟ ଏବେ ବି ଉଜାଗର ହୋଇ ପାରିନି । ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ଆମେରିକା ଏବେ ବି ଲୁଚାରେ ଏହାକୁ ଖୋଜିବାରେ ଲାଗିଥିବା ଅନୁମାନ କରାଯାଉଛି । ହିଟଲରଙ୍କ ମୃତୁ୍ୟ ପରେ ଏହି ରହସ୍ୟ ଏବେ ବି ରହସ୍ୟ ହୋଇ ରହି ଯାଇଛି ।

Leave A Reply

Your email address will not be published.