Latest Odisha News

BREAKING NEWS

ସ୍ପେସଏକ୍ସ ରକେଟ ଅଧା ବାଟରେ ହୋଇଗଲା ବିସ୍ଫୋରଣ

ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସ୍ପେସଶିପ ଲଂଚ ପୁନର୍ବାର ବିଫଳ ହୋଇଛି । ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରଶିପକୁ ଗୁରୁବାର ପୁନର୍ବାରେ ଲଂଚ କରାଯାଇଥିଲା । ଏହି ଷ୍ଟାରଶିପ ପୃଥିବୀରୁ ଅନ୍ତରୀକ୍ଷରେ ପଂହଚିବା ପୂର୍ବରୁ ବିସ୍ଫୋରଣରେ ଜଳି ଯାଇଥିଲା । ପୂର୍ବରୁ ଏହି ରକେଟ ଲଂଚ ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଉତଷକ୍ଷପଣ କରାଯାଇ ପାରି ନ ଥିଲା । ଆଷ୍ଟେ୍ରାନେଟଙ୍କୁ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ଏହି ରକେଟର ପ୍ରସ୍ତୁତ କରାଯାଇଥିଲା । ଟେକ୍ସାସର ବୋକା ଚିକାରୁ ଏହାକୁ ସ୍ଥାନୀୟ ସମୟ ସକାଳ ୮.୩୩ ବେଳେ ଲଂଚ କରାଯାଇଥିଲା । ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇ ପାରି ନ ଥିଲା ।

ରକେଟ ନଷ୍ଟ ହେବା ପରେ ଏଲନ ମସ୍କ କହିଛନ୍ତି ସ୍ପେଶଏକ୍ସ ଟିମକୁ ଏହି ରୋମାଂଚକ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଉଛି । ଏହା ଦ୍ୱାରା ଆମେ ଅନେକ ତ୍ରୁଟି ସମ୍ପର୍କରେ ଅବଗତ ହୋଇପାରିଛୁ । ଷ୍ଟାରଶିପର କ୍ୟାପ୍ସୁଲ ଉଡିବାର ୩ ମିନିଟ ପରେ ରକେଟ ବୁଷ୍ଟରଠାରୁ ଅଲଗା ହେବାର ଥିଲା । ମାତ୍ର ଏହା ହୋଇପାରି ନ ଥିଲା ଓ ରକେଟ ବିସ୍ଫୋରଣରେ ଉଡି ଯାଇଥିଲା । ଖୁବ ଶୀଘ୍ର ତ୍ରୁଟି ସୁଧାରିବା ସହ ଆମେ ଏହାକୁ ପୁନର୍ବାର ପରୀକ୍ଷଣ କରିବୁ ବୋଲି ସ୍ପେଶଏକ୍ସ ଟିମ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.