Latest Odisha News

BREAKING NEWS

ଲକଡାଉନ ସମୟରେ କିପରି ନିଜକୁ ବ୍ୟସ୍ତ ରଖିଥିଲେ କିଙ୍ଗ ଖାନ, ଜାଣନ୍ତୁ କ’ଣ କହୁଛନ୍ତି ପତ୍ନୀ ଗୌରୀ

ମୁମ୍ବାଇ: କୋଭିଡ ପାଇଁ ସାରା ଦେଶରେ ତାଲା ପଡିଥିବା ବେଳେ କଣ କରୁଥିଲେ କିଙ୍ଗ ଖାନ? କଣ କହିଲେ ପତ୍ନୀ ଗୌରୀ ଖାନ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡର ବାଦଶାହା ଶାହରୁଖ ଖାନ ଏହି ଲକଡାଉନ ସମୟରେ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଉଥିବା କହିଛନ୍ତି ପତ୍ନୀ ଗୌରୀ ଖାନ।

ଏହି ସମୟରେ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବାଟା ଆଦୌ ସୁରକ୍ଷିତ ନଥିଲା। ଏହି ସମୟରେ ଶାହରୁଖ ହିଁ ପତ୍ନୀଙ୍କ ସହ ପିଲା ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା କହିଛନ୍ତି ପତ୍ନୀ ଗୌରୀ ଖାନ।

“ସେ ରୋଷେଇକୁ ଭଲ ପାଆନ୍ତି ଏବଂ ମୁଁ ଖାଇବାକୁ ଉପଭୋଗ କରେ ବୋଲି ଗୌରୀ ଏନଡିଟିଭି କୁ ଏକ ସାକ୍ଷାତକାରରେ କହିଛନ୍ତି। ମାର୍ଚ୍ଚ ମାସରେ ମହାମାରୀ ଆରମ୍ଭ ହେବା ଦିନଠୁ ପିଲା ଓ ସ୍ତ୍ରୀଙ୍କ ସହ ପୁରା ପରିବାର ଶାହାଋଖଙ୍କ ଘର ମନ୍ନତରେ ରହୁଥିଲେ।

Comments are closed.