Latest Odisha News

BREAKING NEWS

+୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ‌: ସବୁଠୁ ଆଗରେ ବିଜେବି

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ । ପ୍ରଥମ ପର‌୍ୟ୍ୟାୟରେ ମନୋନୀତ ହୋଇଛନ୍ତି ୧ଲକ୍ଷ ୫୮,୫୪୦ ଜଣ । କଳାରେ ନାମ ଲେଖାଇବେ ୯୫,୬୪୯ । ସେଲ୍ଫ ଫାଇନାନ୍ସି୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକ୍ସରର ୨୩,୮୧୭ଜଣ, ବାୟୋଲୋଜି ରେ ୪୯୩ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି ।

ତେବେ ସବୁଠୁ ଆଗରେ ରହିଛି ବିଜେବି କଲେଜ । କଳାରେ ଓ ବାଣିଜ୍ୟରେ ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି । କଳାରେ ଭୂଗୋଳ ବିଭାଗରେ ସର୍ବାଧିକ କଟ ଅଫ ମାର୍କ ୯୩% ରହିଛି । ସେହିପରି ଫିଜିକାଲ ସାଇନ୍ସର ଗଣିତ ବିଭାଗରେ ୯୫.୩% ସହ ଆଗରେ ରହିଛି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ । ବାୟୋଲୋଜି ସାଇନ୍ସର ପ୍ରାଣୀ ବିଜ୍ଞାନରେ ୯୫.୫% ସହ ବିଜେବି ୧ନମ୍ବରରେ ରହିଛି। ବାଣିଜ୍ୟରେ୯୮.୬୭% ସହ ରହିଛି ।

ଚଳିତ ବର୍ଷ ନାମଲେଖାଇବା ପାଇଁ ଆବେଦନ କରିଥଲେ ୨ଲକ୍ଷ ୧୩,୯୫୯ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୧ଲକ୍ଷ ୫୮,୫୪୦ ଜଣ । ମୋଟ ୧୦୨୯ଟି  ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ହେବ । ଏହାସହ ଆସନ୍ତା ୧ ତାରିଖ ସୁଦ୍ଧା ଅନଲାଇନରେ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତାକାଲି ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ସେହିପରି ଅକ୍ଟୋବର ୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ  ମେରିଟ ଲିଷ୍ଟ ପ୍ରକାଶ ପାଇବ।

Leave A Reply

Your email address will not be published.