Latest Odisha News

BREAKING NEWS

ସୂର୍ଯ୍ୟୋପରାଗରେ ବିଶ୍ୱବ୍ୟାପୀ ହ୍ୱାଟ୍ସଆପ୍ ଅଚଳ ! ଲାଗିଲା କି ଅଶୁଭ ନଜର ?

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଅଚଳ । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ହ୍ୱାଟ୍ସଆପ୍ ଡାଉନ୍ ରହିଛି । ଭାରତୀୟ ସମୟ ପ୍ରାୟ ୧୨ଟା ୩୦ରୁ ହ୍ୱାଟ୍ସଆପ୍ କାମ କରୁନାହିଁ । ତେବେ ଏନେଇ ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଟ୍ୱିଟରରେ ଅନେକ ୟୁଜର ହ୍ୱାଟ୍ସଆପ୍ ବ୍ୟବହାର କଲା ବେଳେ ଅସୁବିଧାର ସମ୍ମୁଖିନ ହୋଇଥିବା ଲେଖିଛନ୍ତି । କୌଣସି ମେସେଜ୍ ଯାଉନଥିବା ବେଳେ ଭିଡିଓ କଲ୍ ବି କରି ହେଉ ନାହିଁ । ହ୍ୱାଟ୍ସଆପ୍ ଅଚଳ ପରେ ଟ୍ୱିଟରରେ ବିଭିନ୍ନ ପ୍ରକାର ମିମିକ୍ରି ଦେଖିବାକୁ ମିଳିଛି ।

ଅନେକ ଟ୍ୱିଟର ୟୁଜର ହ୍ୱାଟ୍ସଆପକୁ RIP (ରେଷ୍ଟ ଇନ୍ ପିସ୍) ବୋଲି ଲେଖିଛନ୍ତି ।

Leave A Reply

Your email address will not be published.