Latest Odisha News

ଦୀପାବଳୀରେ କେଉଁ ସମୟରେ କରିବେ ମାଆ କାଳୀଙ୍କୁ ଆରାଧନା : କଣ ରହିଛି ପୂଜାବିଧି, ଶୁଭମୁହୁର୍ତ୍ତ

ନୂଆଦିଲ୍ଲୀ : ପ୍ରତ୍ୟେକ ଦେବାଦେବୀଙ୍କୁ ପୂଜା କରିବା ଲାଗି କିଛି ବିଶେଷ ସମୟ, ଦିନ ଏବଂ ତାରିଖ ରହିଛି । କୁହାଯାଏ  ଏହି ସମୟରେ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ଶୁଭ ଫଳ ମିଳିଥାଏ ।  ଆଜି ହେଉଛି ଆଲୋକର ପର୍ବ ଦୀପାବଳି  । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ମାଆ କାଳିଙ୍କୁ ପୂଜାର୍ଚ୍ଚନା କରାଯାଉଛି ।  ତେବେ ଆଜି ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯୋଗରେ ପୂଜା କରି ଆପଣ ଫଳପ୍ରାପ୍ତି କରିପାରିବେ । ପୂଜକ ମାନଙ୍କ କହିବା ମୂତାବକ ବିଭିନ୍ନ ସ୍ଥାନରେ ମାଆଙ୍କୁ ଭିନ୍ନ ଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଏ  । ଅମାବାସ୍ୟା ହେଉଛି ମାଆ କାଳିଙ୍କର ଏକ ବିଶେଷ ଦିନ । ବିଶ୍ୱାସ କରାଯାଏ ଯେ ଏହି ଦିନ ମାଆଙ୍କର ଉତ୍ପତ୍ତି ହୋଇଥିଲା ।

ମାତା କାଳୀ ଶକ୍ତି ସମ୍ପ୍ରଦାୟର ସବୁଠାରୁ ପ୍ରମୁଖ ଦେବୀ ଅଟନ୍ତି  । ଯେପରି ଶିବ ବିନାଶର ମୂଖ୍ୟ ଦେବତା, ସେହିପରି ମା କାଳୀ ବିନାଶର ମୂଖ୍ୟ ଦେବୀ ଅଟନ୍ତି  । ଶୁମ୍ଭ-ନିଶୁମ୍ଭଙ୍କୁ ବଦ୍ଧ କରିବା ସମୟରେ ମାଆଙ୍କ ଶରୀରରୁ ଏକ ତୀକ୍ଷ୍ଣ ପୁଂଜ ବାହାରିଥିଲା। ଫଳସ୍ୱରୂପ, ସେହିଦିନଠାରୁ ତାଙ୍କର ରଙ୍ଗ କଳା ହୋଇଗଲା  । ସେବେଠାରୁ ସେ କାଲି ନାମରେ ପରିଚିତ ହେଲେ । କାଳୀ ମାଆଙ୍କୁ ପୂଜା କଲେ ଉତ୍ତମ ସ୍ବାସ୍ଥ୍ୟ ପ୍ରାପ୍ତି ହୁଏ  । ସମସ୍ତ ଶତ୍ରୁ ଙ୍କ ବିନାଶ ହୁଏ  । ତନ୍ତ୍ର ମନ୍ତ୍ରର ପ୍ରଭାବ ମଧ୍ୟ ଦୂର ହୋଇଯାଏ । ମା କାଳୀଙ୍କୁ ପୂଜା କରିବାର ଉପଯୁକ୍ତ ସମୟ ହେଉଛି ରାତି ।  ମା କାଳୀଙ୍କ ଉପାସନା କରିବା ଦ୍ବାରା  ବିଶେଷ କରି ରାହୁ , କେତୁ  ଏବଂ ଶନି ଗ୍ରହ ଶାନ୍ତ ହୁଅନ୍ତି ।

Leave A Reply

Your email address will not be published.