Latest Odisha News

BREAKING NEWS

ଲୋକାୟୁକ୍ତଙ୍କୁ ଦେଖି ଭୟରେ ଗିଳି ଦେଇଥିଲେ ଲାଞ୍ଚ ଟଙ୍କା; ଡାକ୍ତରଖାନା ଯାଇ ବାହାର କଲେ

ଭୋପାଳ: ଲାଞ୍ଚ ନେଉଥିଲେ । ହେଲେ ଯେତେବେଳେ ରଙ୍ଗେ ହାତ ଧରାପଡିଗଲେ ଅପମାନକୁ ହଜମ କରିପାରିଲେ ନାହିଁ । ଜୀବନ ବିକଳରେ ଟଙ୍କାକୁ ଗିଳି ପକାଇଲେ ସରକାରୀ କର୍ମଚାରୀ । ହେଲେ ଲୋକାୟୁକ୍ତ ଟିମ କି ସହଜେ ଛାଡନ୍ତି ! ଶେଷରେ ସରକାରୀ ଅଧିକାରୀ ପେଟରୁ ଉଗାଳିଲେ ଟଙ୍କା । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ । ଏବେ ଏହି ଘଟଣାର ଭଡିଓ ଭାଇରାଲ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବିଲହରୀ ଗାଁର ପଟ୍ଟୱାରୀ ଗଜେନ୍ଦ୍ର ସିଂ ଏକ ଜମିବାଡି ମାମଲା କାମ କରିବା ପାଇଁ ଚନ୍ଦନ ସିଂହ ଲୋଧୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ଚନ୍ଦନ ଏ ନେଇ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଥିଲେ । ଏହା ପରେ ପୂର୍ବ ଯୋଜନା ମୁତାବକ ଯେତେବେଳେ ଗଜେନ୍ଦ୍ର ଲାଞ୍ଚ ଟଙ୍କା ନେଉଥିଲେ ମାଡି ବସିଥିଲେ ଲୋକାୟୁକ୍ତ ଟିମ । ରେଡ ହାଣ୍ଡରେ ଧରାପଡି ଯାଇଥିଲେ ପଟୱାରୀ । ନିଜକୁ ବଞ୍ଚାଇବା ପାଇଁ  ପଟୱାରୀ ଗଜେନ୍ଦ୍ର ସିଂହ ୫୦୦ ଟଙ୍କିଆ ୯ ଖଣ୍ଡ ନୋଟ ପାଟିରେ ପୁରାଇ ଚୋବାଇ ଦେଇଥିଲେ ।

ଲୋକାୟୁକ୍ତ ଟିମ ତାଙ୍କ ପାଟରୁ ଟଙ୍କା ବାହାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ । ହେଲେ ଗଜେନ୍ଦ୍ର ବାହାର କରି ନ ଥିଲେ । ଶେଷରେ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା । ସେଠାରେ ତାଙ୍କ ପେଟରୁ ଚୋବାଇ ଗିଳି ଦେଇଥିବା ଟଙ୍କା ବାହାର କରା ଯାଇଛି ।

ତେବେ ଲୋକାୟୁକ୍ତ ଟିମ ପାଖରେ ଭିଡିଓ ସମେତ ଅନ୍ୟ ପ୍ରମାଣ ରହିଛି । ଏହା ମାଧ୍ୟମରେ ପଟ୍ଟୱାରୀ ଗଜେନ୍ଦ୍ର ସିଂହଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.