Latest Odisha News

BREAKING NEWS

ଯୁବପିଢ଼ିଙ୍କୁ ବାୟା କରିଛି ରିଲ୍ସ: ଝରଣା ପାଣିରେ ଭାସିଗଲେ ଯୁବକ

ବେଙ୍ଗାଲୁରୁ: ଆଜିର ଯୁବପିଢିଙ୍କୁ ଘାରିଛି ରିଲ୍ସ ନିଶା । କେବଳ ଶୀଘ୍ର ପ୍ରସିଦ୍ଧ ହେବା ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ ବନାଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ତଥା ଦେଶରେ ଅନେକ ଏହିପରି ଘଟଣା ଦେଖିବାକୁ ମିଳିଲାଣି । ଏଥିପାଇଁ ଅନେକଙ୍କ ଜୀବନ ମଧ୍ୟ ଯାଇସାରିଲାଣି । ମାତ୍ର ତା’ପରେ ମଧ୍ୟ କିଛି ଲୋକ ବେପରୁଆ ଭାବରେ ବିପଦସଙ୍ଖୁଳ ସ୍ଥାନରେ ରିଲ୍ସ ବନଉଛନ୍ତି । ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକ ଊଡ୍ଡୁପି ଜିଲ୍ଲାରେ ଘଟିଛି। ରିଲ୍ସ କରୁ କରୁ ଜଣେ ଯୁବକ ଝରଣାର ସ୍ରୋତରେ ଭାସି ଯାଇଥିବା ବେଳେ ୨ ଦିନ ହେଲା ତାଙ୍କ ପତ୍ତା ମିଳୁନି ।

କର୍ଣ୍ଣାଟକରେ ଏବେ ଲଗାଣ ବର୍ଷା ଚାଲିଥିବା ବେଳେ ନଦୀ, ଝରଣା ସବୁ ଉଛୁଳି ରହିଛି। ଏହି ସମୟରେ ଜଣେ ଯୁବକ ତାଙ୍କ ସାଙ୍ଗଙ୍କ ସହ ଅରାସିନାଗୁଣ୍ଡି ଝରଣା ନିକଟକୁ ବୁଲିବାକୁ ଆସିଥିଲେ। ଝରଣାରେ ବୁଲିବା ସମୟରେ ସେ ସାଙ୍ଗମାନଙ୍କ ସହ ରିଲ୍ସ କରୁଥିଲେ । ଆଉ ଜଣେ ସାଙ୍ଗ ଭିଡିଓ ରେକର୍ଡିଂ କରୁଥିବା ବେଳେ ଯୁବକଜଣକ ଧୀରେ ଧୀରେ ଝରଣା ନିକଟକୁ ଯିବାକୁ ଲାଗିଲେ। ଇତି ମଧ୍ୟରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା ଓ ସେ ଝରଣା ସ୍ରୋତରେ ଭାସିଯାଇଥିଲେ ।ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ୨ ଦିନ ହେଲାଣି ଭାସି ଯାଇଥିବା ଯୁବକଙ୍କୁ ଖୋଜୁଥିଲେ ବି ତାଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରିନାହିଁ ।

Leave A Reply

Your email address will not be published.