Latest Odisha News

BREAKING NEWS

ବାୟୁ ସେନା ମେଡାଲ ପାଇଲେ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର

ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ମିଳିଛି ସମ୍ମାନ ଜନକ ‘ବାୟୁସେନା ପଦକ’ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚିନ୍ମୟଙ୍କୁ ମେଡାଲ ପ୍ରଦାନ କରିଛନ୍ତି ବାୟୁସେନା ମୁଖ୍ୟ ବିବେକ ରାମ ଚୌଧୁରୀ>

ଏମ୍‌ଆଇ-୧୭-ଭି୫ ହେଲିକପ୍ଟର୍‌ ୟୁନିଟରେ ଅବସ୍ଥାପିତ ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ର । ୨୦୨୧ ଏପ୍ରିଲ୍ ୩ ତାରିଖରେ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ବିଜାପୁର ନକ୍ସଲ ଆକ୍ରମଣ ଘଟଣା ପରେ ଆହତ ଓ ମୃତାହତ ଯବାନମାନଙ୍କୁ ସ୍ଥାନାନ୍ତର କରିବା ଲାଗି ହୋଇଥିବା ‘ଅପରେସନ୍‌ ତ୍ରିବେଣୀ’ ରେ ସାମିଲ୍ ଥିଲେ ଚିନ୍ମୟ । ଉକ୍ତ ‘ହାଇ-ରିସ୍କ୍‌’ ଅଭିଯାନରେ ସମ୍ପୂର୍ଣ୍ଣ ଅପରିଚିତ ତଥା ପ୍ରତିକୂଳ ସ୍ଥାନରେ ବିମାନ ଅବତରଣ କରାଇବା ଭଳି କାର୍ଯ୍ୟ ସମ୍ପାଦନ କରିଥିଲେ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ।

ପ୍ରାରମ୍ଭିକ ଯୋଜନା ଅନ୍ତର୍ଗତ ମୁଖ୍ୟ ଏବଂ ନୋଡାଲ୍‌ ହେଲିପ୍ୟାଡକୁ ଦୁଇଟି ସେନା ହେଲିକପ୍ଟରକୁ ବାଟ କଢ଼ାଇ ନେବା ପରେ ଯବାନ ସହିଦ ହୋଇଥିବା ଏନ୍‌କାଉଣ୍ଟର ସ୍ଥଳ ସଂଲଗ୍ନ ଅନ୍ୟ ଏକ ଅଞ୍ଚଳରେ ନିଜର ହେଲିକପ୍ଟର ସଫଳତା ପୂର୍ବକ ଅବତରଣ କରାଇଥିଲେ । ସେଠାରୁ ସେ ୭ଜଣ ଗୁରୁତର ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରି ଦ୍ୱିତୀୟ ହେଲିକପ୍ଟରକୁ ଅବତରଣ ସ୍ଥାନକୁ ବାଟ କଢ଼ାଇ ନେଇଥିଲେ ।

Wing Commander Chinmay Patra Felicitated By IAF Chief

ଅସାମାନ୍ୟ ପ୍ରତିବଦ୍ଧତା, ଉପସ୍ଥିତ ବୁଦ୍ଧି ଏବଂ ତ୍ବରିତ ପଦକ୍ଷେପ ବଳରେ ସେ ୧୮ଜଣ ଆହତ ଏବଂ ୨୨ଜଣ ସହିଦ ଯବାନଙ୍କ ମରଶରୀରକୁ ଅତର୍କିତ ଆକ୍ରମଣସ୍ଥଳରୁ ସ୍ଥାନାନ୍ତର କରିଥିଲେ । ଏଭଳି ସାହସିକ କାର୍ଯ୍ୟ ସମ୍ପା‌ାଦନ ପାଇଁ ତାଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯାଇଛି ।

ଚିନ୍ମୟଙ୍କ ଘର ରାଉରକେଲାର ଛେଣ୍ଡ କଲୋନୀରେ । ବାପା ନରେଶ ପାତ୍ର ଓ ମାଆ ସବିତା ଙ୍କ ଚିନ୍ମୟ ହେଉଛନ୍ତି ଏକମାତ୍ର ପୁତ୍ର । ସ୍ଥାନୀୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ଦଶମ ଏବଂ ଯୁକ୍ତ ଦୁଇ ପାସ କରିବା ପରେ ଚିନ୍ମୟ ୨୦୦୩ରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ । ଏହାପରେ ୨୦୦୭ରେ ଭାରତୀୟ ବାୟୁସେନାରେ କମିସନ ହୋଇ ସ୍କ୍ବାର୍ଡନ ଲିଡର ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇବା ପରେ ୨୦୨୦ ମସିହାରେ ତାଙ୍କୁ ୱିଙ୍ଗ୍‌ କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା ।

Leave A Reply

Your email address will not be published.