Latest Odisha News

BREAKING NEWS

ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହରେ ପୀଡିତ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବର୍ତ୍ତମାନ ସମୟରେ ଘରେ ଘରେ ଡାଇବେଟିସ ରୋଗୀ।  ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ ଖାଦ୍ୟରେ କଟକଣା ଜରୁରୀ। ଖାଦ୍ୟରେ କଟକଣା ଆଣିପାରିଲେ ରକ୍ତରେ ଶର୍କରା ସ୍ତର ହ୍ରାସପାଏ।

ଏଥିପାଇଁ  ମଧୁମେହ ରୋଗୀଙ୍କୁ ଖାଦ୍ୟରେ କଟକଣା ରଖିବାକୁ ଡାକ୍ତର ପରାମର୍ଶ ଦିଅନ୍ତି  । ପନିପରିବାଠୁ ନେଇ ଫଳମୂଳ ପର୍ଯ୍ୟନ୍ତ ବହୁତ କିଛି ଖାଇବାକୁ ବାରଣ ରହିଥାନ୍ତି  । ତେବେ ଆସନ୍ତୁ ଜାଣିବା , ମଧୁମେହ ରୋଗୀ କେଉଁ ଡାଲି ଖାଇବା ଉଚିତ୍ ଏବଂ କେଉଁ ଡାଲି ଖାଇବା ଉଚିତ୍ ନୁହେଁ । ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ। ତେଣୁ ଏହି ରୋଗୀଙ୍କୁ ବିରି ଡାଲି ଖାଇବାଠାରୁ ଦୂରେଇ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି  ।

ମଧୁମେହ ରୋଗୀମାନେ ବିରି ଡାଲି ବଦଳରେ ମଶୁର, ମୁଗ ଏବଂ ଚଣା ଡାଲି ଖାଇପାରିବେ। ଏହା ସେମାନଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ମଶୁର ଡାଲିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଥାଏ। ମଧୁମେହକୁ ନିୟନ୍ତ୍ରଣରେ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଖାଦ୍ୟରେ କଟକଣା। ଏହାବ୍ୟତୀତ ନିୟମିତ ବ୍ୟାୟାମ କରିବା ଦ୍ବାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ।

Comments are closed.