Latest Odisha News

BREAKING NEWS

ଏହି ସବୁ ଖାଦ୍ୟ ହାଡକୁ କରେ ଦୁର୍ବଳ …

ଭୁବନେଶ୍ବର: ହାଡକୁ ମଜବୁତ କରିବା ପାଇଁ ଶରୀରକୁ ଅତ୍ୟନ୍ତ ଜରୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି । ଯଦି ଏହି ଦୁଇଟି ତତ୍ତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ଏଥିସହ ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ ଯାହା ଦିନକୁ ଦିନ ଆମ ହାଡକୁ ଦୁର୍ବଳ କରିଥାଏ । ଆଜି ହିଁ ସେହି ସବୁ ଖାଦ୍ୟ ଖାଇବା ବନ୍ଦ କରିଦିଅନ୍ତୁ..

-ଖରାଦିନେ କୋଲ୍ଡ ଡ୍ରିଙ୍କ୍ସ ଢକ ଢକ କରି ସମସ୍ତେ ପିଇଥାନ୍ତି । କିନ୍ତୁ ମନେରଖନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ କାର୍ବନ ଡାଇଅକ୍ସାଇଡ୍ ଏବଂ ଫସଫରସ୍ ଥାଏ । ଯାହା ଶରୀର ମଧ୍ୟକୁ ପ୍ରବେଶ କରି ହାଡକୁ ଦୁର୍ବଳ କରିଦେଇଥାଏ ।

-ସେହିପରି ଚା ଏବଂ କଫିରେ କଫିନ୍ ଅଧିକ ମାତ୍ରାରେ ଥାଏ । ଯଦି ଏହା ଅଧିକ ମାତ୍ରାରେ ଶରୀର ମଧ୍ୟକୁ ପ୍ରବେଶ କରେ ତେବେ ହାଡ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ ।

-ଲୁଣରେ ସୋଡିୟମର ଅଧିକ ଥାଏ । ଯାହା ଶରୀରରୁ ଯିବା ପରେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାରକୁ ବାହାର କରିଦିଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ମାତ୍ରା କମିଯିବା ସହ ହାଡକୁ ଖୋଳ କରିଥାଏ ।

-ମଦ ପିଇଲେ ଶରୀରରେ କ୍ୟାଲସିୟମର ଅଭାବ ହେବା ସହ ହାଡ ଦୁବର୍ଳ ହୋଇଯାଇଥାଏ ।

-ଆବଶ୍ୟକତାଠାରୁ ଅଧିକ ଚକଲେଟ୍ ଖାଇଲେ ଏହାର ସିଧା ପ୍ରଭାବ ହାଡ ଉପରେ ପଡିଥାଏ । ଅଧିକ ଚକଲେଟ୍ ଖାଇଲେ ଶରୀରରେ ସୁଗାର ମାତ୍ରା ବଢିଯାଇଥାଏ । ଯାହା ଦ୍ବାରା ଶରୀରରେ କ୍ୟାଲସିୟମ ପ୍ରବେଶ କରି ପାରିନଥାଏ । ହାଡ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ ।

Comments are closed.