ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛନ୍ତି। ସେ ତତ୍ପରତାର ସହ ଅନେକ ନିଷ୍ପତ୍ତି ମଧ୍ଯ ନେଉଛନ୍ତି।
ସୂଚନା ଅନୁଯାୟୀ, ଚୀନକୁ ଆକ୍ଷେପ କରି ଡବ୍ଲ୍ୟୁଏଚଓରୁ ଓହରିଯାଇଛି ଆମେରିକା। ସେ କହିଛନ୍ତି ଯେ ଚୀନର ଜନସଂଖ୍ୟା ଆମେରିକା ଅପେକ୍ଷା ବହୁତ ଅଧିକ। ଏହା ସତ୍ତ୍ୱେ ସେ ବହୁତ କମ୍ ପାଣ୍ଠି ଦେଉଛନ୍ତି। ଯେତେବେଳେ କି ଅଧିକାଂଶ ଭାଇରସ ଚୀନରୁ ଉତ୍ପନ୍ନ।
ଅପରପକ୍ଷରେ ୨୦୨୦ ମସିହାରେ କରୋନା ଭାଇରସ ବ୍ୟାପୁଥିବା ସମୟରେ ଟ୍ରମ୍ପ ଖୋଲାଖୋଲି ଭାବରେ ଡବ୍ଲ୍ୟୁଏଚଓକୁ ସମାଲୋଚନା କରିଥିଲେ। ଏହା ବ୍ୟତୀତ ଟ୍ରମ୍ପ ବିଭିନ୍ନ ପ୍ରସଙ୍ଗରେ ଚୀନକୁ ଟାର୍ଗେଟ ମଧ୍ଯ କରିଥାନ୍ତି।
ଟ୍ରମ୍ପ ଆହୁରି ମଧ୍ଯ କହିଥିଲେ ଯେ ଆମେ ଡବ୍ଲ୍ୟୁଏଚଓକୁ ୫୦୦ ମିଲିୟନ ଡଲାର ଦେଇଛୁ। ଯେତେବେଳେକି ଚୀନ୍ ୧.୪ ବିଲିୟନ ଜନସଂଖ୍ୟା ସତ୍ତ୍ୱେ ମାତ୍ର ୩୯ ନିୟୁତ ଡଲାର ଦେଇଥିଲା। ମୁଁ ଭାବୁଛି ଏହା ଅନ୍ୟାୟ।
ଅପରପକ୍ଷରେ ଉଦଘାଟନୀ ଭାଷଣରେ ୭୮ ବର୍ଷୀୟ ଟ୍ରମ୍ପ ଆଗାମୀ ଚାରି ବର୍ଷ ପାଇଁ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ଟ୍ରମ୍ପ ଜାନୁଆରୀ ୨୦କୁ ଆମେରିକା ପାଇଁ “ମୁକ୍ତି ଦିବସ” ଭାବରେ ଘୋଷଣା କରିଛନ୍ତି। ‘ଆମେରିକୀୟ ପତନ’ର ସମୟ ଶେଷ ହୋଇଯାଇଛି ଏବଂ ‘ଖୁବ ଶୀଘ୍ର’ ସେ ପରିବର୍ତ୍ତନ ଆଣିବେ। ଏପରିକି ଆମେରିକାର ସୁବର୍ଣ୍ଣ ଯୁଗ ଏବେ ଆରମ୍ଭ ହେଉଛି ବୋଲି ଟ୍ରମ୍ପ କହିଥିଲେ।
ରାଷ୍ଟ୍ରପତି ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇ କହିଛନ୍ତି ଯେ ଯଦି ଏହି ସମୂହ ଆମେରିକୀୟ ବିରୋଧୀ ନୀତି ଆଣେ ତାହେଲେ ସେମାନଙ୍କୁ ମଧ୍ୟ ପରିଣାମ ଭୋଗିବାକୁ ପଡିବ।
ସେ ଆହୁରି ମଧ୍ଯ କହିଛନ୍ତି ଯେ ଦେଶରେ କେବଳ ଦୁଇଟି ଲିଙ୍ଗ ରହିବ – ପୁରୁଷ ଏବଂ ମହିଳା। ଫଳରେ ଆମେରିକାରେ ତୃତୀୟ ଲିଙ୍ଗୀଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ଶେଷ ହୋଇଯିବ।
Comments are closed.