ଭୁବନେଶ୍ଵର: ଆଜିର ସମୟରେ, ୟୁଟ୍ୟୁବ୍ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ ବରଂ ରୋଜଗାରର ଏକ ଉତ୍କୃଷ୍ଟ ଉତ୍ସ ପାଲଟିଛି । ଯଦି ଆପଣ ଆପଣଙ୍କର ପ୍ରତିଭାକୁ ୟୁଟ୍ୟୁବରେ ସଠିକ୍ ଉପାୟରେ ଉପସ୍ଥାପନ କରନ୍ତି ତେବେ ଆପଣଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ସହ ୟୁଟ୍ୟୁବରୁ ଅନେକ ପ୍ରକାରର ପୁରସ୍କାର ମଧ୍ୟ ମିଳିଥାଏ । ଏପରିକି ରୋଜଗାରର ସୁଯୋଗ ମଧ୍ୟ ଦେଇଥାଏ ୟୁଟ୍ୟୁବ । ତେବେ ଆପଣମାନେ ଜାଣିଥିବେ ଯେ ୟୁଟ୍ୟୁବ ତାର କ୍ରଉଟର ମାନଙ୍କୁ ପ୍ରଥମେ ଏକ ସିଲଭର ବଟନ୍ ଦେଇଥାଏ । କିନ୍ତୁ ଏବେବି କିଛି ଲୋକ ୟୁଟ୍ୟୁବରୁ କିପରି ସିଲଭର ବଟନ୍ ମିଳେ ତା’ ଜାଣନ୍ତି ନାହିଁ । ଆଜି ଆମେ ଜଣେଇବୁ କିପରି ଆପଣ ଏହି ସିଲଭର ବଟନ୍ ପାଇପାରିବେ? ଏଥିପାଇଁ କେତେ ସବସ୍କ୍ରାବର୍ ହେବା ଦରକାର? କେତେ ଭିଉଜ୍ ଦରକାର ? ଇତ୍ୟାଦି…
ୟୁଟ୍ୟୁବରେ ସିଲଭର ବଟନ୍ ସେହି କ୍ରିଏଟର ମାନଙ୍କୁ ଦିଆଯାଏ ଯେଉଁମାନଙ୍କ ଆକାଉଣ୍ଟରେ ୧ ଲକ୍ଷ ସବସ୍କ୍ରାଇବର ଥାଆନ୍ତି । କହିବାକୁ ଗଲେ ଏହା ଏକ ପ୍ରକାର ସମ୍ମାନ ଅଟେ ଯାହା କ୍ରିଏଟରଙ୍କ କଠିନ ପରିଶ୍ରମ ଏବଂ ଅବଦାନକୁ ଚିହ୍ନିବା ପାଇଁ ୟୁଟ୍ୟୁବ୍ ଦେଇଥାଏ । ଆପଣଙ୍କ ଚ୍ୟାନେଲରେ ୧ ଲକ୍ଷ ସବସ୍କ୍ରାଇବର୍ ହେବା ମାତ୍ରେ, ୟୁଟ୍ୟୁବ୍ ଆପଣଙ୍କୁ ସିଲଭର ପ୍ଲେ ବଟନ୍ ପାଇଁ ଯୋଗ୍ୟ ବିବେଚନା କରେ । ଏଥିପାଇଁ, ଆପଣଙ୍କୁ ୟୁଟ୍ୟୁବ୍ ଷ୍ଟୁଡିଓରେ ଏକ ନୋଟିଫିକେଶନ ମିଳେ । ଯେଉଁଥିରେ ଆପଣଙ୍କୁ ଆୱାର୍ଡ କ୍ଲେମ କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ ।
ସାମ୍ପ୍ରତିକ ସମୟରେ ୟୁଟ୍ୟୁବରେ ରୋଜଗାରର ମୁଖ୍ୟ ଉତ୍ସ ହେଉଛି ବିଜ୍ଞାପନ । ଆପଣଙ୍କ ଚ୍ୟାନେଲରେ ୧୦୦୦ ସବସ୍କ୍ରାବର୍ ଏବଂ ୪୦୦୦ ଘଣ୍ଟାର ୱାଚିଙ୍ଗ ଟାଇମ୍ ହେବା ମାତ୍ରେ, ଆପଣ ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମରେ ଯୋଗ ଦେଇପାରିବେ । ଏହା ପରେ, ଆପଣଙ୍କର ଭିଡିଓରେ ବିଜ୍ଞାପନ ଆସିଥାଏ । ଏବଂ ଆପଣ ପ୍ରତ୍ୟେକ ବିଜ୍ଞାପନରୁ ରୋଜଗାର କରିପାରିବେ । ସେହିପରି ଯେତେବେଳେ ଆପଣଙ୍କର ଚ୍ୟାନେଲ୍ ଲୋକପ୍ରିୟ ହୁଏ, ସେତେବେଳେ କମ୍ପାନୀଗୁଡିକ ସେମାନଙ୍କର ପ୍ରଡକ୍ଟକୁ ପ୍ରମୋସନ କରିବା ପାଇଁ ଆପଣଙ୍କୁ ଦେୟ ଦିଅନ୍ତି । ଲାଇଭ୍ ଷ୍ଟ୍ରିମିଂ ସମୟରେ ଦର୍ଶକମାନେ ଆପଣଙ୍କୁ ସୁପର ଚାଟ୍ ଏବଂ ଷ୍ଟିକର୍ ଜରିଆରେ ସମର୍ଥନ କରନ୍ତି । ସେହିପରି ଦର୍ଶକମାନେ କିଛି ସ୍ୱତନ୍ତ୍ର ବିଷୟବସ୍ତୁ ବଦଳରେ ସଦସ୍ୟତା ପାଇଁ ଦେୟ ଦିଅନ୍ତି । ୟୁଟ୍ୟୁବରେ ଆଫିଲିଏଟ୍ ଲିଙ୍କ୍ ମାଧ୍ୟମରେ ପ୍ରଡକ୍ଟକୁ ପ୍ରମୋସନ କରି ମଧ୍ୟ ରୋଜଗାର କରାଯାଇପାରିବ ।
ଏଥିପାଇଁ ଆପନଙ୍କୁ କିଛି ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ । ୟୁଟ୍ୟୁବରେ ନିୟମିତ ଏବଂ ଗୁଣାତ୍ମକ ବିଷୟବସ୍ତୁ ଅପଲୋଡ୍ କରନ୍ତୁ । ଦର୍ଶକଙ୍କ ସହିତ ଯୋଡି ହେବାକୁ ଚେଷ୍ଟା କରନ୍ତୁ । ଟ୍ରେଣ୍ଡିଂରେ ଥିବା ବିଷୟଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ସଠିକ୍ କି-ୱାର୍ଡ ଏବଂ ଟ୍ୟାଗ୍ ବ୍ୟବହାର କରି ଆପଣଙ୍କର ଭିଡିଓକୁ ଅପ୍ଟିମାଇଜ୍ କରନ୍ତୁ । ତେବେ ମନେ ରଖନ୍ତୁ କିଛି ଏପରି ଗାଇଡଲାଇନ ୟୁଟ୍ୟୁବ ଦ୍ଵାରା ଦିଆଯାଇଥାଏ ଯାହାକୁ ପାଳନ କରିବା ନିହାତି ଜରୁରୀ ହୋଇଥାଏ । ସେସବୁକୁ ପଢି ଭଲ ଭାବରେ ବିଷୟବସ୍ତୁ ବାଛନ୍ତୁ । ନଚେତ୍ ଆପଣଙ୍କ ଆକାଉଣ୍ଟ ଖରାପ ହୋଇ ଯାଇପାରେ ।
Comments are closed.