Latest Odisha News

BREAKING NEWS

କୃଷ୍ଣ ମୋହନ କିଏ; ଯାହାଙ୍କ ହାତରେ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ଦାୟିତ୍ୱ…

ଅଯୋଧ୍ୟା: ରାମ ମନ୍ଦିରରେ ଦାନ ଅର୍ଥ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ଏବଂ କୃଷ୍ଣ ମୋହନଙ୍କୁ ଶ୍ରୀ ରାମ ଜନ୍ମଭୂମିର ମଧ୍ୟବର୍ତ୍ତୀକାଳୀନ ମହାସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

ତେବେ ପୂର୍ବରୁ ତଦନ୍ତ ପରିସରକୁ ଆସିଥିବା ଚମ୍ପତ ରାୟ ଏବଂ ଡକ୍ଟର ଅନିଲ ମିଶ୍ରା ସେମାନଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ଉକ୍ତ ଇସ୍ତଫାକୁ ବୈଠକରେ ଗୃହୀତ କରାଯାଇଛି।

କୃଷ୍ଣ ମୋହନ ବର୍ତ୍ତମାନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବ ଉତ୍ତର ପ୍ରଦେଶ ଅଞ୍ଚଳର ଆଞ୍ଚଳିକ ସଂଘ ଚାଳକ। ସେ ଜଣେ ପୂର୍ବତନ ଭାରତୀୟ ବନ ସେବା ଅଧିକାରୀ (ମହାରାଷ୍ଟ୍ର କ୍ୟାଡର)। ସେ ୟୁପିର ହରଦୋଇ ଜିଲ୍ଲାର ଶାହାବାଦର ସିକନ୍ଦରପୁର ଗ୍ରାମର ମୂଳ ବାସିନ୍ଦା। ଟ୍ରଷ୍ଟି କାମେଶ୍ୱର ଚୌପାଲଙ୍କ ମୃତ୍ୟୁ ପରେ ତାଙ୍କୁ ଟ୍ରଷ୍ଟରେ ସାମିଲ କରାଯାଇଥିଲା।

 

 

Comments are closed.