Latest Odisha News

BREAKING NEWS

ଭାରତ ପାଖରେ କରୋନାଭାଇରସକୁ ମୁଳୋତ୍ପାଟନ କରିବାର କ୍ଷମତା ରହିଛି : ଡବ୍ଲ୍ୟୁଏଚଓ

ଜେନେଭା: ଭାରତ ପାଖରେ ଘାତକ କରୋନାଭାଇରସକୁ ମୁଳୋତ୍ପାଟନ କରିବାରେ ବିଶେଷ କ୍ଷମତା ରହିଛି । ଭାରତ ଅତୀତରେ ପୋଲିଓ ଓ ବସନ୍ତ ଭଳି ରୋଗକୁ ଦେଶରୁ ସମୂଳେ ନାଶ କରିଦେଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ଜେ ର‌୍ୟାନ କହିଛନ୍ତି ।

ମାଇକେଲ ଜେ ର‌୍ୟାନ କହିଛନ୍ତି ଯେ, ଏହା ଅସାଧାରଣ ଭାବେ ଗୁରୁତ୍ୱପୂର୍ଣ୍ଣ ଯେ ଭାରତ ଭଳି ଦେଶ କରୋନା ସଙ୍କଟ ସମୟରେ ସାରା ବିଶ୍ୱକୁ ମୁକାବିଲା କରିବାର ରାସ୍ତା ଦେଖାଇବ । ଭାରତ ପାଖରେ ଜନତାଙ୍କ ମଧ୍ୟରେ ହସ୍ତକ୍ଷେପ କରିବାର ଅଭିଜ୍ଞତା ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୦୦୦ରେ ପହଞ୍ଚିସାରିଛି । ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମଣର ବେଗ ଅପେକ୍ଷାକୃତ କମ୍ ।

Leave A Reply

Your email address will not be published.