Latest Odisha News

BREAKING NEWS

ଭାରତର ଟାର୍ଗେଟ: ୨୧ ଦିନରେ କରୋନା ଚେନ୍ ଭାଙ୍ଗିବା, ବଢ଼ିପାରେ ଲକ୍‌ଡାଉନ ସମୟସୀମା

ନୂଆଦିଲ୍ଲୀ: ଭାରତ ସରକାର କରୋନା ଭାଇରସ ନେଇ ବେଶ୍ ସତର୍କ ରହିଛି । ବିଶେଷଜ୍ଞଙ୍କ ମତରେ ସବୁ କିଛି ଯଦି ଠିକଠାକ୍ ଚାଲେ ତାହାହେଲେ ୨୧ ଦିନରେ ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଚେନ୍ ଭାଙ୍ଗିବାରେ ସଫଳ ହେବ । ଏହାକୁ ବିଚାରରେ ରଖି ଭାରତ ସରକାର ଆବଶ୍ୟକ ପଡିଲେ ଲକ୍‌ଡାଉନ ସମୟସୀମାକୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇପାରେ । ୨୨ ମାର୍ଚ୍ଚ ଜନତା କର୍ଫ୍ୟୁରୁ ଏହି ଲକଡାଉନ ଯୋଜନା ଆରମ୍ଭ ହୋଇଛି । ଯାହାର ଫଳସ୍ୱରୂପ ଏବେ ମଧ୍ୟ ଭାରତ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ଆସନ୍ତୁ ଜାଣିବା ୨୧ ଦିନର କରୋନା ବିପକ୍ଷରେ କଣ ରହିଛି ରଣନୀତି ।

ପ୍ରଥମ ଷ୍ଟେଜରେ ବିଦେଶରୁ କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ । ଦ୍ୱିତୀୟ ଷ୍ଟେଜରେ ଏହା ତାଙ୍କ ନିକଟରେ ରହିଥିବା ବ୍ୟକ୍ତିଙ୍କ ନିକଟକୁ ବ୍ୟାପିଥାଏ । ବର୍ତମାନ ଭାରତ ଏହି ପର୍ଯ୍ୟାୟ ଦେଇ ଗତି କରୁଛି । ଏହା ପରେ ଗୁରୁତ୍ୱପୂର୍ଣ୍ଣ ତୃତୀୟ ଷ୍ଟେଜରେ ଯେଉଁଥିରେ ଜଣେ ସାଧାରଣ ବ୍ୟକ୍ତି ବିଦେଶ ଯାଇ ନ ଥିବ କିମ୍ବା ସଂକ୍ରମିତ ହୋଇ ନ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନ ଥାଏ ଅଥଚ କରୋନା ପଜିଟିଭ ହୋଇଥାଏ । ଏହା ଦ୍ୱାରା ଏହି ଭାଇରସ ଦ୍ରୁତ ବେଗରେ ବ୍ୟାପିଥାଏ । ଚତୁର୍ଥ ଷ୍ଟେଜରେ ଏହା ବେଲଗାମ ଭାବେ ବଢ଼ିଚାଲେ ଯାହା କି ଚୀନ ଓ ଇଟାଲୀରେ ଦେଖିବାକୁ ମିଳିଥିଲା । ଏବେଠାରୁ ସତର୍କତା ଅବଲମ୍ବନନ କଲେ କରୋନା ହାରିବ ଆମେ ନୁହେଁ ।

Leave A Reply

Your email address will not be published.