Latest Odisha News

BREAKING NEWS

ପଶ୍ଚିମା ଝଡ ପ୍ରଭାବ: ଆଜିଠୁ ୫ ଦିନ ଧରି ବର୍ଷିବ

ଭୁବନେଶ୍ୱର:ଆଜିଠୁ ୫ ଦିନ ଧରି  ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।

ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଆଜି ରାଜ୍ୟର ୧୩ଟି ଜିଲ୍ଲା ଅର୍ଥାତ  ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ଅନୁଗୋଳ,ଢେଙ୍କାନାଳ, ବୌଦ୍ଧ,  କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର,ମାଲକାନଗିରି ଓ କୋରାପୁଟ  ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ରହିଛି।    ଆଜିଠାରୁ ୧୬ ତାରିଖ ଯାଏଁ ଏଭଳି ପାଗ ଲାଗିରହିବ । ଏଥସହିତ ବାଲେଶ୍ୱର, ଭଦ୍ରକ, ଜୟପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ,  ଖୋର୍ଦ୍ଧା, ନୟାଗଡ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡା ଆଦି ୧୧ଟି ଜିଲ୍ଲାକୁ ଆଜି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

, ଆସନ୍ତା ୧୬ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା ହିଛି। ୧୬ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରା୍ରଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନଗୁଳ, ଦେଓଗଡ, ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝରକୁ  ଘଡଘଡି ସହ ବର୍ଷା  ସମ୍ଭାବନା ରହିଛି।  କିଛି ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାକୁ ୟେଲାେ ୱାର୍ଣ୍ଣିଂ ମଧ୍ୟ ଦିଆଯାଇଛି ।

୧୮ ତାରିଖରେ ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନଗୁଳ, ଢେଙ୍କାନାଳ, ଖେର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳରେ ଘଡଘଡି ବର୍ଷା ସହ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏଠାରେ ୪୦ରୁ ୫୦ କିିମି ବେଗରେ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜିଠୁ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ସହ କାଳ ବୈଶାଖା ହେବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.