ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ନେତ୍ରୀ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ କଲେ ଆକ୍ଷେପ । ବିଜେଡି ଯୁବନେତାଙ୍କ ବଣଭୋଜିର ଗୁମର ଖୋଲିଦେଲେ ଶ୍ରୀମୟୀ ମିଶ୍ର ।

କିଏ କାହା ଟିମ୍ରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା । ବିଜେଡି ମୁଖିଆ କାହାକୁ ଗୁରୁତ୍ଵ ଦେଉନଥିବା ନେଇ ଶ୍ରୀମୟୀ ବ୍ୟଙ୍ଗ କବିତା ଲେଖିଛନ୍ତି । କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ । ବଣ ଭୋଜି ଖାଇ କିଛି ଆଶ୍ବସ୍ତ, ଅଧିକାର ସାବ୍ୟସ୍ତ ପାଇଁ ଟଣାଓଟରା । କାହା ଟିମ୍ରେ କିଏ ଦେବ ଧରା, କିଏ ଅନୁଗତ ହେବାର ନାଟକ କଲା । ବିଜେଡିର ଉତ୍ତରାଧିକାରୀ ନେଇ ମୁଖିଆ ଦେଲେନି ସବୁଜ ସଙ୍କେତ ବୋଲି ଶ୍ରୀମୟୀ କଟାକ୍ଷ କରିଛନ୍ତି ।