Latest Odisha News

BREAKING NEWS

ଚେନ୍ନାଇ ସୁପର କିଙ୍ଗସରେ ଧୋନିଙ୍କ ଉତ୍ତରାଧିକାରୀ କିଏ ହେବେ?

ଚେନ୍ନାଇ: ହାର୍ଦ୍ଦିକ ପାଣ୍ଡ୍ଯ଼ା ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଫ୍ରାଞ୍ଚାଇଜିର ଅଧିନାୟକ ଭାବରେ ସ୍ଥାନ ପାଇଛନ୍ତି। ଏପରି ପରିବର୍ତ୍ତନ ପଛରେ ମୁମ୍ବାଇ ଇଣ୍ଡିଆନ୍ସ ଯୁକ୍ତି ରଖିଛି ଯେ ସେମାନେ ଭବିଷ୍ଯ଼ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି।

ତେବେ ଚେନ୍ନାଇ ସୁପର କିଙ୍ଗ୍ସ କ୍ଷେତ୍ରରେ ମଧ୍ଯ଼ ସମାନ ସ୍ଥିତି ରହିଛି। ଚେନ୍ନାଇ ମଧ୍ଯ଼ ମହେନ୍ଦ୍ର ସିଂ ଧୋନିଙ୍କ ଦ୍ୱାରା ୫ ଥର ଚାମ୍ପିଅନ୍ ମୁକୁଟ ପିନ୍ଧିଛି ଏବଂ ବୋଧହୁଏ ଆଇପିଏଲ୍ ୨୦୨୪ ଅଧିନାୟକ ଏବଂ ଖେଳାଳି ଭାବରେ ମାହିଙ୍କୁ ଶେଷ ଥର ପାଇଁ ପଡିଆରେ ଦେଖିବାକୁ ମିଳିପାରେ। ତେଣୁ ଧୋନିଙ୍କ ପରେ କିଏ ହେବେ ଚେନ୍ନାଇ ସୁପରକିଙ୍ଗ୍ସର ପରବର୍ତ୍ତୀ ଅଧିନାୟକ କିଏ ହେବେ ସେ ନେଇ ଚର୍ଚ୍ଚା ଭିତରେ ରୋହିତଙ୍କ ନାଁ ଶୁଣାଯାଉଛି।

ଚେନ୍ନାଇ ଭବିଷ୍ଯ଼ତକୁ ଦୃଷ୍ଟିରେ ରଖି ଆଇପିଏଲ୍ ୨୦୨୨ ରେ ଧୋନିଙ୍କ ଉପସ୍ଥିତିରେ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ଯ଼ ଅଧିନାୟକ କରିଥିଲା, କିନ୍ତୁ ସିଏସକେର ଏହି ରଣନୀତି ସଫଳ ହୋଇନଥିଲା। ଏବଂ ଧୋନିଙ୍କୁ ମଧ୍ଯ଼ ସିଜିନରେ ପୁଣିଥରେ ଅଧିନାୟକତ୍ୱ ଗ୍ରହଣ କରିବାକୁ ପଡ଼ିଥିଲା। ଏହା ପରେ ଧୋନୀ ପୁଣିଥରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ୍ ୨୦୨୩ରେ ଚାମ୍ପିଅନ୍ କରିଥିଲେ ଏବଂ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ଯ଼ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍ ୨୦୨୪ ପାଇଁ ଅଧିନାୟକ ଭାବରେ ଘୋଷଣା କରିଛି।

ଯଦି ଧୋନି ଆଇପିଏଲ୍ ୨୦୨୪ ପରେ ଅବସର ନିଅନ୍ତି, ତେବେ ତାଙ୍କ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କିଏ ହେବେ? ଏହି ସମୟରେ ଏହି ପ୍ରଶ୍ନର ଉତ୍ତର ଦେବା ବହୁତ କଷ୍ଟକର, କିନ୍ତୁ ତଥାପି କିଛି ଖେଳାଳି ଅଛନ୍ତି ଯାହାଙ୍କ ଉପରେ ଚେନ୍ନାଇ ଦଳ ବାଜି ଲଗାଇପାରିବ।

ରୋହିତ ଶର୍ମା ଜଣେ ଭଲ ଓପନର ସହିତ ଅଭିଜ୍ଞ ଅଧିନାୟକ ଭାବେ ପ୍ରମାଣିତ କରିସାରିଛନ୍ତି। ଯେହେତେ ମୁମ୍ବାଇ ତାଙ୍କୁ ଅଧିନାୟକ ପଦରୁ ହଟାଇଛି ଏବେ ସେ ଚେନ୍ନାଇ ଲିଙ୍କରେ ଥିବା ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚେନ୍ନାଇ ସୁପର କିଙ୍ଗସ ରୋହିତଙ୍କ ସହ ଯୋଗାଯୋଗରେ ଅଛି।

Leave A Reply

Your email address will not be published.