Latest Odisha News

BREAKING NEWS

ରାଜଧାନୀରେ ବୁଲା କୁକୁର ଆତଙ୍କ: କ୍ୟାପିଟାଲ ହସ୍ପିଟାଲରେ ବଢୁଛି କୁକୁର କାମୁଡା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ। ରାସ୍ତାଘାଟ ଗଳିକନ୍ଦିରେ ରାଜ୍‌ ଚଳାଇଛନ୍ତି ବୁଲା କୁକୁର । ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ। ହଠାତ୍‌ ଗାଡ଼ି ଆଗକୁ ଆସିଯିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ କିଛିଦିନ ହେବ କୁକୁରଙ୍କ ଉପଦ୍ରବ କ୍ରମାଗତ ଭାବେ ବୃଦ୍ଧି ପାଇଛି।

କେବଳ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୬୦ରୁ ୭୦ କୁକୁର କାମୁଡ଼ା ରୋଗୀ ଆସୁଥିବା ନେଇ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ମାସେ ପୂର୍ବରୁ ଏହି ସଂଖ୍ୟା ୩୦ରୁ ୩୫ ମଧ୍ୟରେ ସୀମିତ ଥିଲା। ତାହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାସେ ହେବ ଏହି ସଂଖ୍ୟା ୬୦ ପାର୍ କରିଛି। ବର୍ତ୍ତମାନ ପ୍ରାୟ ୩ଶହ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଯାହା ଚିନ୍ତାର କାରଣ ପାଲଟିଛି।

ସହରର ବିଭିନ୍ନ ଅଞ୍ଚଳ ଓ ଡାକ୍ତରଖାନା ପରିସରରେ ମଧ୍ୟ ବିଲେଇ, କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆବଶ୍ୟକ ସ୍ଥଳେ ପ୍ରତିକାର ବ୍ୟବସ୍ଥା ପାଇଁ ବିଏମସିକୁ ଚିଠି ଲେଖିବୁ କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।

ହାଇକୋର୍ଟଙ୍କ ରୋକ୍‌ରୁ ଜୁଲାଇ ୧୦ରୁ ଅସ୍ତ୍ରୋପଚାର ବନ୍ଦ ରହିଛି। ଏହାସହ ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗା ଯାଇଛି। ଫଳରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ଏବେ ସହରରେ ୬୦ହଜାରରୁ ଊର୍ଦ୍ଧ୍ୱ କୁକୁର ରହିଛନ୍ତି। ବିଏମ୍‌ସି ପୂର୍ବରୁ ଦିନକୁ ୨୦ରୁ ୨୫ଟି ହିସାବରେ ମାସକୁ ୫ରୁ ୬ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଥିବାବେଳେ ଏବେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଏକ ପ୍ରକାର ଆତଙ୍କ ରଚିଛନ୍ତି ବୁଲା କୁକୁର।

 

 

 

 

Leave A Reply

Your email address will not be published.